କୁଚିଣ୍ଡା ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ଓ ବିକଶିତ ଭାରତ କାର୍ଯ୍ୟକ୍ରମ
କୁଚିଣ୍ଡା ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’ କାର୍ଯ୍ୟକ୍ରମ
କୁଚିଣ୍ଡା ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’ କାର୍ଯ୍ୟକ୍ରମ


କୁଚିଣ୍ଡା ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’ କାର୍ଯ୍ୟକ୍ରମ


କୁଚିଣ୍ଡା ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’ କାର୍ଯ୍ୟକ୍ରମ


କୁଚିଣ୍ଡା ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’ କାର୍ଯ୍ୟକ୍ରମ


କୁଚିଣ୍ଡା ମହାବିଦ୍ୟାଳୟରେ ‘ନିଶାମୁକ୍ତ ଯୁବା ଓ ବିକଶିତ ଭାରତ’ କାର୍ଯ୍ୟକ୍ରମ


ସମ୍ବଲପୁର, ୨୭ ସେପ୍େଟମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଚିଣ୍ଡା ମହାବିଦ୍ୟାଳୟର ଅଡିଟୋରିୟମ୍ ହଲ ପରିସରରେ ମେରା ଭାରତ ସମ୍ବଲପୁର' ପକ୍ଷରୁ ‘ନିଶା ମୁକ୍ତ ୟୁବା ଓ ବିକଶିତ ଭାରତ ଅନ୍ତର୍ଗତ 'ମୋ ସ୍ୱାସ୍ଥ୍ୟ, ମୋ ଗର୍ବ’ ଶୀର୍ଷକ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ମୁଖ୍ୟଅତିଥି ଭାବେ ବିଜେପି ନେତା ସୁଶୀଲ କୁମାର କର, ମୁଖ୍ୟବକ୍ତା କୁଚିଣ୍ଡା ଏସଡିଏଚ୍ ସୁବୋଧ କୁମାର ନାୟକ, ବିଜେପିର ରୁଦ୍ରପ୍ରତାପ ଦେଓ ସମ୍ମାନିତ ଅତିଥି, ବିଧାୟକଙ୍କ ନୋମିନି ବିଭୁତି କଲ୍ୟାଣ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । କୁଚିଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଡ଼ ମମତା ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମାଁ ସମଲେଇ ଓ ଶ୍ରୀ ଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ଅର୍ପଣ ପରେ ଅତିଥିଙ୍କୁ ଡ଼ ସ୍ୱାଇଁ ଉପଢୌକାନ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟଅତିଥି ଶ୍ରୀ କର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର ପ୍ରଭାବ ସମ୍ପର୍କରେ ସଚେତନ ବାର୍ତା ସହିତ ଏକ ସୁସ୍ଥ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ମାୟା ଭାରତ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ କୁଚିଣ୍ଡା ହସ୍ପିଟାଲ ସୁବୋଧ ନାୟକ ବିଭିନ୍ନ ରୋଗ ଓ ପରୀକ୍ଷା ବିଷୟରେ ଆଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମ ବିଭିନ୍ନ ଦିଗ ରେ ନିଜେ କାମ କରି ପରିବେଶ ଓ ସମାଜ ପାଇଁ କାମ କରୁ ଥିବା ଯୁବ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ ଯଥା ଶୁଭମ ବାରିକ ସାଇକେଲ ଚଲାଇ ପ୍ରଦୂଷଣ ମୁକ୍ତ କରିବା ଓ ଅମୁଲ୍ୟ ରାଏ ବୃକ୍ଷରୋପଣ କରି ସଂରକ୍ଷଣ କାମ କରିଛନ୍ତି, ରକ୍ତଦାନ ଭଳି ମହତ ଦାନ କରି ୫୪ ଥର ରକ୍ତ ଦାନ କରିଛନ୍ତି ବିଜୟ ଶଙ୍କର ସାହୁ ୨୪ଥର ରକ୍ତ ଦାନ କରି ଥିବାରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧ୍ୟାପକ କାହ୍ନୁ ଚରଣ, ମୁନ୍ନା, ସୁଧାଂଶୁ, ମହାପାତ୍ର , କିରଣ ମହାପାତ୍ର ଅଧ୍ୟାପିକା ବେଳମତି କୁମ୍ଭରା, ଖୁରସିଦ ଆର ବେଗମ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ସହଯୋଗୀ କରିଥିଲେ।ଏହି କାର୍ଯ୍ୟକ୍ରମରେ ୨ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଏନସିସି, ଏନଏସଏସ, ଯୁବସାଥି କୁଚିଣ୍ଡା ବ୍ଲକ ସ୍ୱେଚ୍ଛାସେବୀ ମନ୍ଦାକିନୀ ମେହେର, ସୌମିତ୍ରୀ ପୃସେଠ ଯୋଗ ଦେଇଥିଲେ। ଅଧ୍ୟାପକ ସୁଧାଂଶୁ ମହାପାତ୍ର ନିଶାମୁକ୍ତ ଯୁବା ବିକଶିତ ଭାରତ” ଗଠନ ପାଇଁ ଯୁବପିଢ଼ି ଆଗେଇ ଆସିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର?୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମେଡିକାଲ ଚେକଅପ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ସରୋଜ ମେହେର ଓ ରୋଶନ କୁମାର ସାହୁ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande