କୁମ୍ଭାରପଡ଼ାରେ ମା' ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ପାଇଁ ନୂତନ କମିଟି ଗଠିତ
Kumbharapada Gajalaxmi Cometee formation
କୁମ୍ଭାରପଡ଼ାରେ ମା' ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ପାଇଁ ନୂତନ କମିଟି ଗଠିତ


କନ୍ଧମାଳ , ୨୭ ସେପ୍ଟେମ୍ବର (ହି.ସ.) - ଫୁଲବାଣୀ ପୌରପରିଷଦ ଅଂଚଳରେ ଥିବା କୁମ୍ଭାରପଡ଼ାଠାରେ ଆଜି ମା' ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ଉତ୍ସବ ପାଇଁ ନୂତନ ପୂଜା କମିଟି ଗଠନ କରାଯାଇଛି। ଆଗାମୀ ଦିନରେ ପୂଜା ଓ ଯାତ୍ରାକୁ ଅଧିକ ଆକର୍ଷଣୀୟ ତଥା ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜନ କରିବା ନେଇ କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ। ଏହି ଅବସରରେ ଚଳିତ ବର୍ଷ ପାଇଁ ନୂତନ କମିଟିରେ ଉପଦେଷ୍ଟା ଭାବେ କାଉନସିଲର ଶ୍ରୀବତ୍ସ ବେହେରା, ହୃଷିକେଶ ବେହେରା ଓ ଦୀପକ ପ୍ରସାଦ ବେହେରାଙ୍କୁ ମନୋନୀତ କରାଯାଇଛି। ସେହିପରି ସଭାପତି ଭାବେ ସମିର କୁମାର ବେହେରା, ଉପସଭାପତି ଭାବେ ସୁନୀଲ କୁମାର ବେହେରା, ସମ୍ପାଦକ ଭାବେ ସୁଜିତ କୁମାର ବେହେରା, ସହ-ସମ୍ପାଦକ ଭାବେ ଆସିମ କୁମାର ନାୟକ, କୋଷାଧ୍ୟକ୍ଷ ଭାବେ ଅକ୍ଷୟ ବେହେରା ଏବଂ ସହ-କୋଷାଧ୍ୟକ୍ଷ ଭାବେ ବିଷ୍ଣୁ ସାହାଣୀଙ୍କୁ ମନୋନୀତ କରାଯାଇଛି। ଏଥିସହ ସାଂସ୍କୃତିକ ସମ୍ପାଦକ ଭାବେ ବିପୁନ ବେହେରା ଓ ଉପ-ସାଂସ୍କୃତିକ ସମ୍ପାଦକ ଭାବେ ସରୋଜ ଦିଗାଲଙ୍କୁ ଦାୟିତ୍ୱ ଦିଆଯାଇଛି। ବୈଠକରେ ପୂଜା କମିଟିର ଅନ୍ୟାନ୍ୟ ସମସ୍ତ ସଦସ୍ୟ ଯୋଗଦେଇ ଚଳିତ ବର୍ଷ ମା ଗଜଲକ୍ଷ୍ମୀ ପୂଜା, ରାବଣ ଦରବାର ଓ ଯାତ୍ରାକୁ ଧୁମଧାମରେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅଂଚଳବାସୀଙ୍କ ସହଯୋଗରେ ଏହି ଉତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହିତ ସଫଳ କରିବା ପାଇଁ କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ଆସନ୍ତା ଅକ୍ଟୋବର ୨୫ ତାରିଖରୁ ମା' ଗଜଲକ୍ଷ୍ମୀ ପୂଜା, ରାବଣ ଦରବାର ଓ ଯାତ୍ରା ଆରମ୍ଭ ହେବାକୁ ଥିବାରୁ କୁମ୍ଭାରପଡ଼ାରେ ଏବେଠାରୁ ଉତ୍ସବର ପରିବେଶ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande