ଭଉରାରେ କର୍ମୀଙ୍କ ସହ ମନ୍ କି ବାତ୍ ଶୁଣିଲେ ବିଧାୟକ
MLA attend at man ki bat programme
ଭଉରାରେ କର୍ମୀଙ୍କ ସହ ‘ମନ୍ କି ବାତ୍’ ଶୁଣିଲେ ବିଧାୟକ


ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଭଉରାଠାରେ ବିଧାୟକ ଟଙ୍କଧର ତ୍ରିପାଠୀ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଶୁଣିଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ‘ମନ୍ କି ବାତ୍’ ମାଧ୍ୟମରେ ଦେଶର ବିକାଶ, ଜନସେବା ଓ ରାଷ୍ଟ୍ର ନିର୍ମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ଅନୁଭବ ଜାଣିବାକୁ ମିଳୁଛି। ଏଥିରୁ ମିଳୁଥିବା ପ୍ରେରଣାକୁ ଜନହିତକର କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଉଦ୍ଧବ ସିଂ ନାଏକ, ମଣ୍ଡଳ ପ୍ରତିନିଧି ବିଜୟ ଶର୍ମା, ମଣ୍ଡଳ ସାଧାରଣ ସମ୍ପାଦକ ବାବୁଲାଲ କିସାନ, ଝସକେତନ ପ୍ରଧାନ, ‘ମନ୍ କି ବାତ୍’ ସଂଯୋଜକ ଯାମିନୀକାନ୍ତ ନାଏକ, ସରପଂଚ ମନ ବାଗ, ଶୁଭମ ସାହୁ, ଦମ୍ବରୁଧର ପୂଜାରୀ, ପବନ ଶର୍ମା, ବିକି ଶର୍ମା, ମଙ୍ଗଳ ପିଙ୍ଗ, ଦୟାନିଧି କିସାନ, ସନ୍ଦୀପ ପଟେଲ, ଦଶରଥ ନାଏକ, ସବିତା ନାଏକଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande