ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ବିଧାୟକ
ଜୟପୁର, ୨୭ ସେପ୍ଟେମ୍ବର (ହି.ସ.)-କୋରାପୁଟ ଜିଲ୍ଲାର ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳ ସମୀକ୍ଷା ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜୟପୁର ବିମାନବନ୍ଦରରେ ସାକ୍ଷାତ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ବିଧାୟକ ବାହିନୀପତି ଅଞ୍ଚଳର ତିନୋଟି ପ୍ରମୁଖ ସମସ୍ୟା ଉପ
ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କଲେ ବିଧାୟକ


ଜୟପୁର, ୨୭ ସେପ୍ଟେମ୍ବର (ହି.ସ.)-କୋରାପୁଟ ଜିଲ୍ଲାର ବନ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳ ସମୀକ୍ଷା ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜୟପୁର ବିମାନବନ୍ଦରରେ ସାକ୍ଷାତ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ବିଧାୟକ ବାହିନୀପତି ଅଞ୍ଚଳର ତିନୋଟି ପ୍ରମୁଖ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଛନ୍ତି।କ୍ଷତିଗ୍ରସ୍ତ ଚାଷୀଙ୍କ ଋଣ ଛାଡ଼ ଓ କ୍ଷତିପୂରଣ ଦାବି, ସାମ୍ପ୍ରତିକ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କୋରାପୁଟ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇ ଚାଷୀମାନେ ଘୋର ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଚାଷୀଙ୍କ ଏହି ଦୁର୍ଦ୍ଦଶା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, ତୁରନ୍ତ ଉପଯୁକ୍ତ ସରକାରୀ କ୍ଷତିପୂରଣ ଯୋଗାଇଦେବା ଏବଂ ପୁଣିଥରେ ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଧାୟକ ଦାବି କରିଛନ୍ତି।ସେବା ପେପର ମିଲ୍ ପୁନରୁଦ୍ଧାର କରିବାକୁ ଦାବି କରିବା ସହ ଖୁବ୍ଶୀଘ୍ର ବସିବ ଉଚ୍ଚସ୍ତରୀୟ ବୈଠକ ବୋଲି ମୁଖ୍ୟମନ୍ତ୍ରୀ ପ୍ର୍ରତିଶୃତି ଦେଲେ l ଜୟପୁରର ଅର୍ଥନୀତିର ମେରୁଦଣ୍ଡ ତଥା ହଜାର ହଜାର ଶ୍ରମିକ ପରିବାରର ଜୀବିକା ସହ ଜଡ଼ିତ ପ୍ରତିଷ୍ଠିତ 'ସେବା ପେପର ମିଲ୍' ବିଗତ ୪ ବର୍ଷ ହେବ ବନ୍ଦ ରହିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ବିଧାୟକ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ୨୦୨୪ ମସିହାରୁ ଶ୍ରମିକମାନଙ୍କୁ କୌଣସି ଦରମା ମିଳିନାହିଁ। କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବାବଦ ଅର୍ଥ ଜମା କରାଯାଇ ନାହିଁ। ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଏବଂ ଛୁଟି ନଗଦୀକରଣ ପ୍ରାପ୍ୟ ଅଟକି ରହିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା ସହ ଆଗାମୀ ବିଧାନସଭା ଅଧିବେଶନ ସମୟରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ତଥା ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ବୈଠକ ଡକାଯିବ ଏବଂ କାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।କୋଲାବ ଓ ତେଲେଙ୍ଗିରି ନୂତନ ପ୍ରକଳ୍ପ ସାରିବାକୁ ସମୟସୀମା ଧାର୍ଯ୍ୟ ଦାବି। ଜୟପୁର ନିର୍ବାଚନମଣ୍ଡଳୀର ଚାଷୀମାନଙ୍କ ସ୍ୱାର୍ଥରେ ଅପର କୋଲାବ ଏବଂ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଧୀନରେ ଥିବା ନୂତନ କାର୍ଯ୍ୟଗୁଡ଼ିକର ବିଳମ୍ବକୁ ନେଇ ବିଧାୟକ ଶ୍ରୀ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ୨୦୨୨ ମସିହାରୁ ବିଧାନସଭାରେ ପ୍ରତିଶ୍ରୁତି ମିଳୁଥିଲେ ସୁଦ୍ଧା ବିଗତ ଚାରି ଆର୍ଥିକ ବର୍ଷ (୨୦୨୨-୨୩ ରୁ ୨୦୨୫-୨୬) ବିତିଯିବା ପରେ ମଧ୍ୟ ପ୍ରସ୍ତାବଗୁଡ଼ିକ କେବଳ ଫାଇଲ୍ ଯାଞ୍ଚରେ ଅଟକି ରହିଛି।ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୧୬,୦୦୦ ହେକ୍ଟର (ଉଠାଜଳସେଚନରେ ୧୩,୦୦୦ ହେକ୍ଟର, ଅତିରିକ୍ତ ଆୟକଟ୍ ୧,୬୦୦ ହେକ୍ଟର ଓ ପୁନରୁଦ୍ଧାର ଆୟକଟ୍ ୧,୪୦୦ ହେକ୍ଟର) ଚାଷଜମିକୁ ଜଳସେଚନ ସୁବିଧା ମିଳିବା ସହ ୧.୨୦ ମେଗାୱାଟ୍ର ସବୁଜ ଜଳବିଦ୍ୟୁତ ପ୍ରକଳ୍ପ ସୃଷ୍ଟି ହୋଇପାରିବ। ତେଣୁ ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ନୂତନ କାର୍ଯ୍ୟଗୁଡ଼ିକୁ ଅନୁମୋଦନ କରି ୨୦୨୭-୨୮ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସ୍ପଷ୍ଟ ସମୟସୀମା ନିର୍ଦ୍ଧାରଣ କରିବାକୁ ସେ ଦାବି କରିଛନ୍ତି।ଚାଷୀ ଓ ଶ୍ରମିକଙ୍କ ହକ୍ ପାଇଁ ନିଜର ସଂଗ୍ରାମ ଜାରି ରହିବ ଏବଂ ଏବେ କେବଳ ଆଶ୍ୱାସନା ନୁହେଁ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ବିଧାୟକ ଶ୍ରୀ ବାହିନୀପତି ସୂଚନା ଦେଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande