
ଝାରସୁଗୁଡ଼ା, ୨୭ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଅପରାହ୍ନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଗୁଡ଼ିଗାଁ ଗ୍ରାମର ବହୁ ମହିଳା ଓ ପୁରୁଷ ବିଜେପି ଦଳର ଆଦର୍ଶ ତଥା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଲୋକହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି l ବିଧାୟକ ଟଙ୍କଧର ତ୍ରିପାଠୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ l
ଅନୁଷ୍ଠିତ ମିଶ୍ରଣ ପର୍ବରେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାଏ, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାଶ, ଉପସଭାପତି ସଞ୍ଜୟ କୁମାର ପୂଜାରୀ, କୋଲାବିରା ବ୍ଲକ ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ