ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ
ବଲାଙ୍ଗିର, 27 ସେପ୍ଟେମ୍ବର (ହି.ସ.) ମାନବ ସେବା ହିଁ ମାଧବ ସେବା—ଏହି ନୀତିକୁ ପାଥେୟ କରି ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ନଅଗାଁ (କ) ପିଏମ ଶ୍ରୀ ହାଇସ୍କୁଲ ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଏକ ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯା
ସେବା ସଂକଳ୍ପ ଅଭିଯାନ’ ଅଧୀନରେ  ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ


ସେବା ସଂକଳ୍ପ ଅଭିଯାନ’ ଅଧୀନରେ  ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ


ସେବା ସଂକଳ୍ପ ଅଭିଯାନ’ ଅଧୀନରେ  ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ


ବଲାଙ୍ଗିର, 27 ସେପ୍ଟେମ୍ବର (ହି.ସ.) ମାନବ ସେବା ହିଁ ମାଧବ ସେବା—ଏହି ନୀତିକୁ ପାଥେୟ କରି ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ନଅଗାଁ (କ) ପିଏମ ଶ୍ରୀ ହାଇସ୍କୁଲ ପରିସରରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଏକ ଭବ୍ୟ ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ 'ଡିବିରି' ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବ୍ୟାପକ ପ୍ରସାର ଏବଂ ସମାଜର ଅବହେଳିତ ଓ ଦିବ୍ୟାଙ୍ଗ ବର୍ଗଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା କ୍ଷେତ୍ରରେ 'ଡିବିରି' ର ଏହି ନିରନ୍ତର ପ୍ରୟାସ ନିଶ୍ଚିତ ଭାବେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ।

ଏହି ଶିବିରରେ ଏଲୋପାଥି, ଆୟୁର୍ବେଦିକ, ହୋମିଓପାଥି ଏବଂ ଫିଜିଓଥେରାପି ପରି ବିଭିନ୍ନ ଚିକିତ୍ସା ପ୍ରଣାଳୀ ମାଧ୍ୟମରେ ମୋଟ ୨୦୭୩ ଜଣ ଗ୍ରାମବାସୀ ମାଗଣାରେ ସ୍ୱାସ୍ଥ୍ୟ ସେବା ଓ ପରାମର୍ଶ ଲାଭ କରିଛନ୍ତି। ଏଥିସହ ଯୁବବର୍ଗଙ୍କ ଅପୂର୍ବ ଉତ୍ସାହ ଓ ସହଯୋଗ ଯୋଗୁଁ ଶିବିରରେ ୬୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା, ଯାହା ଆଗାମୀ ଦିନରେ ଅନେକ ଜରୁରୀକାଳୀନ ରୋଗୀଙ୍କ ଜୀବନ ବଞ୍ଚାଇବାରେ ଅତ୍ୟନ୍ତ ସହାୟକ ହେବ। ଏହାଛଡ଼ା ବିଭିନ୍ନ ସହଯୋଗୀ ସଂସ୍ଥା ମାଧ୍ୟମରେ ୧୦୩ ଜଣ ଦିବ୍ୟାଙ୍ଗ ଓ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନଯାତ୍ରାକୁ ସହଜ କରିବା ପାଇଁ ଆବଶ୍ୟକୀୟ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା।

ଶିବିର ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନଅଗାଁ (କ) ସ୍ଥିତ ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟ ଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶ୍ରବଣ କରିଥିଲେ। ଏହି ଅବସରରେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତୀକ ସର୍ଜିକାଲ୍ ଷ୍ଟ୍ରାଇକ୍ର ୧୦ ବର୍ଷ ପୂର୍ତ୍ତିକୁ ସ୍ମରଣ କରାଯିବା ସହିତ ଦେଶରେ ନିଶା ମୁକ୍ତି ଅଭିଯାନକୁ ସଫଳ କରିବା, “ହର ଘର ତ୍ରିରଙ୍ଗା” ଅଭିଯାନର ସଫଳତା ଏବଂ ଆଗାମୀ ଜନଗଣନା ପାଇଁ ସଠିକ୍ ତଥ୍ୟ ପ୍ରଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଜୀ ଦେଶବାସୀଙ୍କୁ ଦେଇଥିବା ଆହ୍ୱାନକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମାର୍ଗଦର୍ଶନକୁ ଅନୁସରଣ କରି ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସମସ୍ତେ ନିଜର ସକ୍ରିୟ ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହି ସୁନ୍ଦର ଓ ସଫଳ ଆୟୋଜନ ପଛରେ ସହଯୋଗର ହାତ ବଢ଼ାଇଥିବା କ୍ୟୋର ବେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅଲିମକୋ , ପଲ୍ଲୀ ଆଲୋକ ପାଠାଗାର, ମହାନଦୀ ନେତ୍ର ଚିକିତ୍ସାଳୟ ସମେତ ସମସ୍ତ ସ୍ୱେଚ୍ଛାସେବୀ ଏବଂ ଡାକ୍ତରୀ ଦଳଙ୍କୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande