ବୋରିଗୁମ୍ମା–ରାଣୀଗଡ଼ ରାସ୍ତାରେ ମାଟି ଓ ପଥର ଧସା ଘଟଣା—ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ପାଇଁ ଜୟପୁର ବିଧାୟକଙ୍କ ନିର୍ଦ୍ଦେଶ
ଜୟପୁର , 27 ସେପ୍ଟେମ୍ବର (ହି.ସ.) ଲଗାଣ ବର୍ଷା ଯୋଗୁଁ ବୋରିଗୁମ୍ମା–ରାଣୀଗଡ଼ ରାସ୍ତାର କିଛି ଅଂଶରେ ମାଟି ଓ ପଥର ଧସି ପଡ଼ିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବା
ବୋରିଗୁମ୍ମା–ରାଣୀଗଡ଼ ରାସ୍ତାରେ ମାଟି ଓ ପଥର ଧସ ଘଟଣା—ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ପାଇଁ ଜୟପୁର ବିଧାୟକଙ୍କ ନିର୍ଦ୍ଦେଶ।


ଜୟପୁର , 27 ସେପ୍ଟେମ୍ବର (ହି.ସ.) ଲଗାଣ ବର୍ଷା ଯୋଗୁଁ ବୋରିଗୁମ୍ମା–ରାଣୀଗଡ଼ ରାସ୍ତାର କିଛି ଅଂଶରେ ମାଟି ଓ ପଥର ଧସି ପଡ଼ିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ସ୍ଥାନୀୟ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିଜେ ଅନୁଧ୍ୟାନ କରିଛନ୍ତି। କାଦୁଅ ଓ ବର୍ଷାଜଳ ମଧ୍ୟରେ ରାସ୍ତାର ସ୍ଥିତି ତଦାରଖ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଯାତାୟାତ ସମସ୍ୟା ବୁଝିଛନ୍ତି। ବିଧାୟକ ଶ୍ରୀ ବାହିନୀପତି ଧସି ପଡ଼ିଥିବା ମାଟି ଓ ପଥରକୁ ତୁରନ୍ତ ଜେସିବି ଓ ଆବଶ୍ୟକ ଯନ୍ତ୍ରପାତି ମାଧ୍ୟମରେ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି। ଏଥିସହ ରାସ୍ତାର ସ୍ଥିତିକୁ ନେଇ ପୂର୍ତ୍ତ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଅସ୍ଥାୟୀ ବ୍ୟବସ୍ଥା ସହିତ ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ତାଗିଦ୍ କରିଛନ୍ତି। ବର୍ଷା ଋତୁରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷା ଓ ନିରବଚ୍ଛିନ୍ନ ଯାତାୟାତକୁ ଗୁରୁତ୍ୱ ଦେଇ ଆବଶ୍ୟକ ସତର୍କତା ଓ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି। ଜୟପୁର ବିଧାନସଭା ଅଞ୍ଚଳର ଲୋକଙ୍କ ଯାତାୟାତ, ସୁରକ୍ଷା ଓ ମୌଳିକ ସୁବିଧା ସମ୍ପର୍କିତ ପ୍ରସଙ୍ଗରେ ବିଧାୟକଙ୍କ ହସ୍ତକ୍ଷେପ ଓ ପଦକ୍ଷେପ ଜାରି ରହିବ ବୋଲି ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande