ନିମାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ସମନ୍ୱୟ କମିଟି ଗଠିତ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ସମନ୍ୱୟ କମିଟି ଗଠନ କରାଯାଇଛି। ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ସାଂଗଠନିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଉଦ
ନିମାପଡ଼ା ନିର୍ବାଚନମଣ୍ଡଳୀ     ପାଇଁ ବିଜେଡିର ସମନ୍ୱୟ କମିଟି ଗଠିତ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବିଜେଡି ସଭାପତି

ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ସମନ୍ୱୟ କମିଟି

ଗଠନ କରାଯାଇଛି।

ନିମାପଡ଼ା ବିଧାନସଭା

ନିର୍ବାଚନମଣ୍ଡଳୀ ଅଧୀନରେ ସାଂଗଠନିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନେତୃବୃନ୍ଦଙ୍କୁ

ନେଇ ଏକ ନିର୍ବାଚନମଣ୍ଡଳୀ ସମନ୍ୱୟ କମିଟି ଗଠନ କରାଯାଇଛି।

ଶ୍ରୀମତୀ କୁଞ୍ଜଲତା ସାମଲ- ନିମାପଡ଼ା

ବ୍ଲକ, ଶ୍ରୀ ଝୁନୁମଣି ମଲ୍ଲିକ-ଗୋପ

ବ୍ଲକ, ଶ୍ରୀ ରବୀନ୍ଦ୍ର ମଲ୍ଲିକ-ନିମାପଡ଼ା

ବ୍ଲକ, ଶ୍ରୀମତୀ ସସ୍ମିତା ନାୟକ-ନିମାପଡ଼ା ବ୍ଲକ,

ଶ୍ରୀ ଲୋକନାଥ ସାହୁ-ନିମାପଡ଼ା ଏନ୍ଏସି, ଶ୍ରୀ ମହେଶ୍ୱର ସ୍ୱାଇଁ-ଗୋପ

ବ୍ଲକ, ଅରୁଣ ପ୍ରସାଦ ଦାସ- ନିମାପଡ଼ା

ଏନ୍ଏସି, ଶ୍ରୀ ଭାଗ୍ୟଧର ଖଟୋଇ- ନିମାପଡ଼ା

ବ୍ଲକ, ଶ୍ରୀ ଧନୁର୍ଦ୍ଧର ଦାଶ- ନିମାପଡ଼ା

ଏନ୍ଏସି ଙ୍କୁ ନେଇ କମିଟି ଗଠନ କରାଯାଇଛି ।

ପୁରୀ ଜିଲ୍ଲା ସଭାପତି ଶ୍ରୀ

ଉମାକାନ୍ତ ସାମନ୍ତରାୟ ଏହି ନିର୍ବାଚନମଣ୍ଡଳୀ ସମନ୍ୱୟ କମିଟିର ସଂଯୋଜକ ଭାବେ କାର୍ଯ୍ୟ କରିବେ।

ଆବଶ୍ୟକତା ଅନୁଯାୟୀ ସେ ଅନ୍ୟ ନେତୃବୃନ୍ଦଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଆମନ୍ତ୍ରଣ

କରିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande