ନୂଆଦିଲ୍ଲୀରେ ‘ନୂଆଁଖାଇ ଭେଟଘାଟ୍-୨୦୨୬’
ନୂଆଦିଲ୍ଲୀରେ ‘ନୂଆଁଖାଇ ଭେଟଘାଟ୍-୨୦୨୬’
ନୂଆଦିଲ୍ଲୀରେ ‘ନୂଆଁଖାଇ ଭେଟଘାଟ୍-୨୦୨୬’


ସମ୍ବଲପୁର, ୨୭, ସେପ୍ଟେମ୍ବର (ହି.ସ.) ମିଲନ୍ ପରିବାର’ ଓ ‘ଜୁହାର ଦିଲ୍ଲୀ’ ମିଳିତ ଆନୁକୁଲ୍ୟରେ ସୂଦୁର ନୁଆ ଦିଲ୍ଲୀ ଠାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶାର କଳା, ସଂସ୍କୃତି ଓ ଭାଇଚାରାର ଅନନ୍ୟ ଉତ୍ସବକୁ

ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ପରମ୍ପରାକୁ ଆଗକୁ ନେଉଥିବାରୁ ପ୍ରବାସୀ ଓଡ଼ିଆଙ୍କୁ ସାଂସଦ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି । ‘ନୂଆଁଖାଇ’ କେବଳ ଗୋଟିଏ ପର୍ବ ନୁହେଁ, ଏହା ଆମ ମାଟି, କୃଷି, ସଂସ୍କୃତି, ଶ୍ରଦ୍ଧା ଏବଂ ଭାଇଚାରାର ଏକ ଅନନ୍ୟ ପ୍ରତୀକ । ନୂଆଦିଲ୍ଲୀ ସ୍ଥିତ ‘ମିଲନ୍ ପରିବାର’ ଏବଂ ‘ଜୁହାର ଦିଲ୍ଲୀ’ ପରିବାର ପକ୍ଷରୁ ଆୟୋଜିତ ପୃଥକ ‘ନୂଆଁଖାଇ ଭେଟଘାଟ-୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରୀୟ ରାଜଧାନୀରେ ପ୍ରବାସୀ ଓଡ଼ିଆମାନଙ୍କ ଗହଣରେ ଏହି ପବିତ୍ର ସାଂସ୍କୃତିକ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ନିଜକୁ ଅତ୍ୟନ୍ତ ଆନନ୍ଦିତ ଓ ଗୌରବାନ୍ୱିତ ମନେକରିଥିଲେ। ଏହି ଅବସରରେ ସେ ‘ଜୁହାର ଦିଲ୍ଲୀ’ ପରିବାର ପକ୍ଷରୁ ଆୟୋଜିତ ଉତ୍ସବରେ କୃତି ଓ ପ୍ରତିଭାବାନ ବ୍ୟକ୍ତିବିଶେଷ ମାନଙ୍କୁ ‘ଜୁହାର ସମ୍ମାନ’ରେ ସମ୍ମାନିତ କରିଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନୂଆଁଖାଇ ହେଉଛି ଆମ ପରିବାରର ଏକତା, ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧା-ସମ୍ମାନ ଜଣାଇବାର ଏବଂ ନବାନ୍ନ ଗ୍ରହଣ ସହ ସାମାଜିକ ସଦ୍ଭାବ ବୃଦ୍ଧି କରିବାର ଏକ ପବିତ୍ର ଅବସର। ଦିଲ୍ଲୀରେ ରହୁଥିବା ଆମ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଏକାଠି କରି ‘ଜୁହାର ଦିଲ୍ଲୀ’ ଗତ ୨୭ ବର୍ଷ ଧରି ଆମ କଳା, ସଂସ୍କୃତି, ପରମ୍ପରା ଓ ଆପଣାପଣକୁ ରାଷ୍ଟ୍ରୀୟ ରାଜଧାନୀରେ ବଞ୍ଚାଇ ରଖିବା ସହ ତାହାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ ନିରନ୍ତର ପ୍ରୟାସ କରିଆସୁଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ସେହିପରି ‘ମିଲନ ପରିବାର’ ମଧ୍ୟ ଓଡ଼ିଶାର ଏହି ମହାନ ପରମ୍ପରା ଓ ସାଂସ୍କୃତିକ ବନ୍ଧନକୁ ବଜାୟ ରଖିଥିବାରୁ ସେ ଦୁଇ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ।

ଶେଷରେ, ମା’ ସମଲେଶ୍ୱରୀଙ୍କ ପାଖରେ ଶ୍ରୀ ପ୍ରଧାନ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଉତ୍ତମ ଆରୋଗ୍ୟ କାମନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande