
ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨ଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର ମୁଣ୍ଡଳିରେ ସର୍ବାଧିକ ୬୯.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କଟକ ଜିଲ୍ଲାର ନରାଜରେ ୬୭.୬ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୬୦.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ୪୪.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୪୦.୦ ମି.ମି., ବାଲେଶ୍ୱର ଜିଲ୍ଲାର ଏନ.ଏଚ.-୫, ଗୋବିନ୍ଦପୁରରେ ୩୯.୪ ମି.ମି., ରାଜଘାଟରେ ୩୯.୦ ମି.ମି., ନିଳଗିରିରେ ୩୮.୦ ମି.ମି., ବାହାନଗାରେ ୩୬.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୩୫.୦ ମି.ମି., ଜାମଶୋଳାଘାଟରେ ୩୪.୨ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୩୩.୬ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୩୩.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ