ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନୂଆଁ ଖାଇ ଭେଟଘାଟ
ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନୂଆଁ ଖାଇ ଭେଟଘାଟ
ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନୂଆଁ ଖାଇ ଭେଟଘାଟ


ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନୂଆଁ ଖାଇ ଭେଟଘାଟ


ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନୂଆଁ ଖାଇ ଭେଟଘାଟ


ସମ୍ବଲପୁର, ୨୭, ସେପ୍ଟେମ୍ବର (ହି.ସ.) ଅଗ୍ରଣୀ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ସ୍ଥିତ ସମ୍ବଲପୁରୀ ଦିନ୍ ମଞ୍ଚରେ ରବିବାର ଦିନ ମହାସମାରୋହରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ, ଆଇଆଇଏମ୍ ସମ୍ବଲପୁରର ସିଏଫଓ ସୁବୋଧ କୁମାର ଦୋରା, ଗୁରୁ ରଂଜିତ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ମାଁ ସମଲେଇଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରାଯିବା ସହିତ ନୁଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲ । ଏହି ଅବସରରେ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ ସମ୍ବଲପୁରୀ ଭାଷା ସଂସ୍କୃତିର ଗବେଷଣା ସଂରକ୍ଷଣ ଏବଂ ପ୍ରଦର୍ଶନ ସମ୍ବଲପୁରୀ ଡେରାର ଲକ୍ଷ୍ୟ ବୋଲି କହିଥିଲେ। ପ୍ରଥମେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାର ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ଯାଉଛେ ସମ୍ବଲପୁର ସୁନଲୋ ଫୁଲ ଗୀତରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ନିକିତା କନ୍ଧେର, ଅନନ୍ୟା ହରି, ତେଜସ୍ଵୀନୀ ମହାନନ୍ଦ, ଖୁସବୁ ସୁନା, ନିଶିତା ରାଉତ୍, ଆଲିଆ ମିଞ୍ଜ, ନମ୍ରତା ବିଭାର, ପ୍ରିତି ବଗର୍ତ୍ତି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଜୟଶ୍ରୀ ନନ୍ଦ ଏବଂ ଝରଣା ସାନ ବଡ଼ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ରାଜେଶ ସ୍ବାଇଁ, ଅମିତାଭ ମାଝୀ, ଗୋପବନ୍ଧୁ ସେନାପତି, ଅଶୋକ ତ୍ରିପାଠୀ, ପ୍ରେସିସ ପଣ୍ଡା, ଝୂନୁ ତ୍ରିପାଠୀ, ପ୍ରଜ୍ଞା ସାହୁ, ପଙ୍କଜିନୀ ବୈଠାରୁ, ସିପ୍ରା ଚକ୍ରବର୍ତ୍ତୀ, ଅନୂପମା ରାଉତ, ସୁବ୍ରତ ପ୍ରଧାନ, ପ୍ରେମ ସାହାଣୀ,ଅମନ ଚିରଗୁନ , ରାହୁଲ ଗୁପ୍ତା, ହିମାଂଶୁ ସାହୁ, ସଞ୍ଜିବ କୁମ୍ଭାର, ସୁଭମ ପ୍ରଧାନ, ଅନମୋଲ ବାଗ, ଆଦିତ୍ୟ ବାଗ, ପ୍ରିୟଙ୍କା ବାଗ ପ୍ରମୁଖ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande