
ନୂଆଦିଲ୍ଲୀ, ୨୭ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସରକାର ରବି ଅଭିଯାନ ପାଇଁ ପ୍ରସ୍ତୁତି କରିବା ଏବଂ କୃଷି ଉତ୍ପାଦନ, ଉତ୍ପାଦକତା, ସ୍ଥିରତା ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକ ସମନ୍ୱିତ ରଣନୀତି ପ୍ରସ୍ତୁତ କରିବା ପାଇଁ ସୋମବାର ଦିନ ଏଠାରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ କରିବେ । ଏହି ସମ୍ମିଳନୀରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଉନ୍ନତ ସମନ୍ୱୟ, ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଏବଂ କୃଷି ସ୍ତରରେ ଫଳାଫଳ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର କୃଷି ଏବଂ କୃଷକ କଲ୍ୟାଣ ବିଭାଗ ସେପ୍ଟେମ୍ବର ୨୮ ଏବଂ ୨୯ ତାରିଖରେ ପୁସା ସ୍ଥିତ ଏନ୍. ଏ. ଏସ୍. ସି. ପରିସରରେ ଭାରତ ରତ୍ନ ସି. ସୁବ୍ରମଣ୍ୟମ ଅଡିଟୋରିୟମରେ ଜାତୀୟ କୃଷି ସମ୍ମିଳନୀ ଆୟୋଜନ କରିବ । ଏହି ସମ୍ମିଳନୀକୁ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉଦ୍ଘାଟନ କରିବେ । ଏଥିରେ ରାଜ୍ୟ କୃଷି ମନ୍ତ୍ରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଏବଂ ଅନ୍ୟ ଅଂଶୀଦାରମାନେ ସାମିଲ୍ ହେବେ । ଏହି ସମ୍ମିଳନୀରେ ଆଗାମୀ ରବି ଋତୁ ପାଇଁ ପ୍ରାଥମିକତା ଏବଂ ପ୍ରସ୍ତୁତି ଉପରେ ଆଲୋଚନା ହେବ ।
ଏହି ଦୁଇ ଦିନିଆ ସମ୍ମିଳନୀରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦନ, ଉତ୍ପାଦକତା, ସ୍ଥିରତା ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ସମନ୍ୱିତ ତଥା ଫଳାଫଳ ଭିତିକ ରଣନୀତି ପ୍ରସ୍ତୁତ କରିବା ଉପରେ ବିଚାରବିମର୍ଶ କରାଯିବ । ଏହା ନିକଟରେ ଆୟୋଜିତ ଆଂଚଳିକ କୃଷି ସମ୍ମିଳନୀର ଅଭିଜ୍ଞତା ଏବଂ ଫଳାଫଳ ଉପରେ ମଧ୍ୟ ନିର୍ମାଣ କରିବ ।
ସମ୍ମିଳନୀର ପ୍ରଥମ ଦିନରେ ତିନୋଟି ବିସ୍ତୃତ ବିଷୟବସ୍ତୁ ଉପରେ ତିନି ପର୍ଯ୍ୟାୟ ସମାନ୍ତରାଳ ଗୋଷ୍ଠୀ ଆଲୋଚନା ହେବ । ଏଥିରେ ଆତ୍ମନିର୍ଭରଶୀଳତା, ବିବିଧତା ଏବଂ ଉତ୍ପାଦକତା ବୃଦ୍ଧି; ସ୍ଥାୟୀ ଏବଂ ଜଳବାୟୁ ଅନୁକୂଳ କୃଷି; ଏବଂ ଡିଜିଟାଲ କୃଷି, ଭିତିଭୂମି, ଆର୍ôଥକ ସହାୟତା ଏବଂ ବିପଦ ପରିଚାଳନା ଅନ୍ତର୍ଭୁକ୍ତ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ