
କେନ୍ଦ୍ରାପଡ଼ା, ୨୭ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଅଙ୍ଗନ କା ଉତ୍ସବ–୨୦୨୬’ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଆୟୋଧ୍ୟାନଗର, ବଡ଼ହାଟ ଓ ବଟାପୁର ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଉତ୍ସବରେ ଯୋଗଦେଇଥିଲେ।
ଏହି ଅବସରରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଅଭିଭାବକ, ଅଦ୍ୱିକା ବାଳିକା, ସୁଭଦ୍ରା ହିତାଧିକାରୀ, ପ୍ରାକ୍-ବିଦ୍ୟାଳୟ ଶିଶୁ, ସ୍ଥାନୀୟ ଜନପ୍ରତିନିଧି ଓ ସମୁଦାୟର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଉତ୍ସବର ଅଂଶ ଭାବେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପିତାମାନଙ୍କ ପାଇଁ ରେସିପି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ପିତାମାନେ ଉତ୍ସାହର ସହ ଯୋଗଦେଇ ବିଭିନ୍ନ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଆୟର ଅଙ୍ଗନୱାଡ଼ି କେନ୍ଦ୍ରର ବିଭିନ୍ନ ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରି ଓଉଊଝ ଅଧୀନରେ ମିଳୁଥିବା ବିଭିନ୍ନ ସେବା ଓ ସୁବିଧା ସମ୍ପର୍କରେ ସେମାନଙ୍କ ମତାମତ ଓ ଅନୁଭୂତି ଜାଣିଥିଲେ। ଏଥିସହ ଶିଶୁମାନଙ୍କ ପୋଷଣ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ମାତୃ ଓ ଶିଶୁ ଯତ୍ନ ସମେତ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବା ନେଇ ଆଲୋଚନା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରବି