ଜୟପୁରରେ ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ରାଜ୍ୟସ୍ତର ପାଇଁ ଚୟନ ହେଲେ କ୍ରୀଡ଼ା ପ୍ରତିଭା
ଜୟପୁର , 27 ସେପ୍ଟେମ୍ବର (ହି.ସ.)ଜୟପୁରସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୨୦୨୬-୨୭ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ ଆୟୋଜିତ ଏହି କ୍ରୀଡ଼ା ଚୟନ ପ୍ରକ୍ରିୟାରେ ଜିଲ୍ଲାର ୧୪ଟି ବ୍ଲକ୍ରୁ କ୍ରୀଡ଼ା ପ୍ରତିଭାମା
ଜୟପୁରରେ ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ରାଜ୍ୟସ୍ତର ପାଇଁ ଚୟନ ହେଲେ କ୍ରୀଡ଼ା ପ୍ରତିଭା


ଜୟପୁର , 27 ସେପ୍ଟେମ୍ବର (ହି.ସ.)ଜୟପୁରସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୨୦୨୬-୨୭ ଶିକ୍ଷାବର୍ଷର ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ ଆୟୋଜିତ ଏହି କ୍ରୀଡ଼ା ଚୟନ ପ୍ରକ୍ରିୟାରେ ଜିଲ୍ଲାର ୧୪ଟି ବ୍ଲକ୍ରୁ କ୍ରୀଡ଼ା ପ୍ରତିଭାମାନେ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିବେ ।

ଏହି ପ୍ରତିଯୋଗିତାରେ ମୋଟ ୨୧୮ ଜଣ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୮୪ ଜଣ ବାଳକ ଓ ୧୦୫ ଜଣ ବାଳିକା ଥିବାବେଳେ ୨୮ ଜଣ କୋଚ୍ ଓ ମ୍ୟାନେଜର ଏବଂ ୩୦ ଜଣ ଅଫିସିଆଲ୍ ଯୋଗଦେଇ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୁଏ (ଓଇଏସ୍-୧) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଚନ୍ଦନ କୁମାର ନାୟକ, ବିଇଓ, ଜୟପୁର ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ଦାଶ ଅଧିକାରୀ, ପ୍ରିନ୍ସିପାଲ, ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ, ଜୟପୁର, ପ୍ରଶାନ୍ତ ଖାଲ୍ଖୋ, ପ୍ରିନ୍ସିପାଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଟିଆ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ବାସୁଦେବ ସେନାପତି ଏବଂ ଲଲାଟେନ୍ଦୁ ପୂଜାରୀ, ଡିପିଇଓ, କୋରାପୁଟ ଯୋଗଦେଇଥିଲେ।

ଗଗନ ବିହାରୀ ଦାଶ, ସ୍ପୋର୍ଟସ ସେକ୍ରେଟାରୀ, ଜୟପୁର, ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ବିନୋଦ କୁମାର ତ୍ରିପାଠୀ, ପ୍ରସନ୍ନ କୁମାର ପାଣିଗ୍ରାହୀ ଓ ରମେଶ ଚନ୍ଦ୍ର ସ୍ୱାଇଁ , ଦିବାକର ସାହୁ, ମିନତୀ ପତ୍ର, ରଞ୍ଜିତ୍ ପ୍ରଧାନ, ପି.ରାଜେଶ୍ୱରୀ ଏବଂ ଶୁଭେନ୍ଦୁ ପ୍ରଧାନଙ୍କ ସମେତ ଏବଂ ଅନ୍ୟାନ୍ୟ ଶାରୀରିକ ଶିକ୍ଷା ଶିକ୍ଷକ ଓ କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଦୌଡ଼କୁଦ ଇଭେଣ୍ଟ ପରିଚାଳିତ ହୋଇଥିଲା। ପରିଶେଷରେ ସନ୍ଦୀପ ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସଙ୍ଗ କରିଥିଲେ।

ଦୁଇଦିନ ଧରି ଚାଲିଥିବା ଏହି ଚୟନ ପ୍ରକ୍ରିୟାରେ ପ୍ରତିଯୋଗୀମାନେ ବିଭିନ୍ନ ଦୌଡ଼କୁଦ ଇଭେଣ୍ଟରେ ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ଚୟନ ପ୍ରକ୍ରିୟା ଶେଷରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀମାନଙ୍କୁ ଆଗାମୀ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ ପାଇଁ ଚୟନ କରାଯାଇଛି। ଏହି ଆୟୋଜନ ମାଧ୍ୟମରେ ଜିଲ୍ଲାର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ରାଜ୍ୟସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ଉତ୍ତମ ସୁଯୋଗ ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande