
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଆଜି ଏକାମ୍ର
ଭୁବନେଶ୍ୱର ନିର୍ବାଚନମଣ୍ଡଳୀ, ଖଣ୍ଡଗିରି
ମଣ୍ଡଳ ଅନ୍ତର୍ଗତ ଶ୍ରୀନିକା ଡିଏମ୍ ସିଗ୍ନେଚର, ଆଇଗିଣିଆ (ବୁଥ୍ ନଂ-୧,
ୱାର୍ଡ ନଂ-୪୯) ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ
ପ୍ରେରଣାଦାୟୀ ‘ମନ୍ କି ବାତ୍’ (୧୩୮ ତମ ସଂସ୍କରଣ) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହି ଅବସରରେ ତାଙ୍କ ସହ ଏକାମ୍ର ନିର୍ବାଚନମଣ୍ଡଳୀର
ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର (ସଂଗଠନ) ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ବରିଷ୍ଠ ନେତୃବୃନ୍ଦ ଓ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ ବାର୍ତ୍ତା ଶୁଣିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା