
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଆଜି ପବିତ୍ର
ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଆଜି ଠାରୁ
ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତିଳ-ତର୍ପଣ ଓ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବଂ ଭୁବନେଶ୍ବର
ବିନ୍ଦୁ ସାଗରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ସକାଳୁ ସକାଳୁ ପୁରୀ ମହୋଦଧି କୂଳ ସମେତ ବିଭିନ୍ନ
ତୀର୍ଥ ପୁଷ୍କରିଣୀ ଏବଂ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିଣ୍ଡଦାନ ପାଇଁ ଲୋକଙ୍କ ଗହଳି
ଦେଖିବାକୁ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା