ଜୟପୁର ବିମାନବନ୍ଦରଠାରେ ପିଏମ ମୋଦିଙ୍କ ମନ୍ କୀ ବାତ ଶୁଣିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଜୟପୁର ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗମନକୁ ଅପେକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ ର ୧୩୮ ତମ ଅଧ୍ୟାୟକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବ
ଜୟପୁର ବିମାନବନ୍ଦରଠାରେ     ପିଏମ ମୋଦିଙ୍କ ମନ୍ କୀ ବାତ ଶୁଣିଲେ ଗଣଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଜୟପୁର

ବିମାନବନ୍ଦରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆଗମନକୁ ଅପେକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ ର ୧୩୮ ତମ ଅଧ୍ୟାୟକୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ

ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ

ବିଧାୟକ ନରସିଂହ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, କୋଟପାଡ

ବିଧାୟକ ରୁପୁ ଭତ୍ରା ଏବଂ ଅନ୍ୟ ନେତୃବୃନ୍ଦ ଓ ଜନସାଧାରଣଙ୍କ ସହିତ ଶୁଣିଛନ୍ତି ଗଣଶିକ୍ଷା

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ସର୍ଜିକାଲ୍ ଷ୍ଟ୍ରାଇକ୍ର

୧୦ ବର୍ଷ ପୂର୍ତ୍ତିକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ

ଦେଇଛନ୍ତି ଭାରତୀୟ ଯବାନ। ଭାରତ କେବେହେଲେ ଆତଙ୍କବାଦକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ

ଭାବରେ କହିଛନ୍ତି। ସେହିପରି ଆଜିର ଅଧ୍ୟାୟରେ ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇ

କହିଛନ୍ତି, ଜନଗଣନା

ପାଇଁ ସଠିକ ତଥ୍ୟ ପ୍ରଦାନ କରିବା ରାଷ୍ଟ୍ରୀୟ ଦାୟିତ୍ୱ। ଜନଗଣନା ପୋର୍ଟାଲ୍କୁ ଯାଇ ନିଜର

ସମସ୍ତ ତଥ୍ୟ ଦେଇପାରିବେ। ମୋବାଇଲ୍ରେ ୨.୬୦ କୋଟିରୁ ଅଧିକ ଲୋକ ତଥ୍ୟ ଦେଇଛନ୍ତି ବୋଲି

କହିଛନ୍ତି। ଆଜିର ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ଅଶୋକ ସିଙ୍ଘଲଙ୍କ ୧୦୦ ତମ ଜୟନ୍ତୀରେ ସ୍ମୃତିଚାରଣ

କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ ସିଙ୍ଘଲ।

ପ୍ରତ୍ୟେକ ଅଧ୍ୟାୟ ଭଳି ଆଜିର

ଏହି ଅଧ୍ୟାୟ ମଧ୍ୟ ଖୁବ୍ ପ୍ରେରାଣାଦାୟୀ ଥିଲା। ଦେଶ ଓ ଦେଶବାସୀଙ୍କ କଥା କହି ଜାତୀୟତାବାଦକୁ

ଜାଗ୍ରତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ନିଶ୍ଚିତ ଭାବରେ ସବୁ ଗୋଷ୍ଠୀଙ୍କୁ

ଉତ୍ସାହିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande