ନୂଆଦିଲ୍ଲୀରେ ନୂଆଁଖାଇ ଭେଟଘାଟ୍ – ୨୦୨୬ ସମାରୋହରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ନୂଆଦିଲ୍ଲୀ ଠାରେ ''ଜୁହାର ଦିଲ୍ଲୀ'' ପରିବାର ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ୍ – ୨୦୨୬ ସମାରୋହରେ ଯୋଗଦେଇ ପ୍ରତିଭାବାନ ବ୍ୟକ୍ତିବିଶେଷମାନଙ୍କୁ ''ଜୁହାର୍ ସମ୍ମାନ''ରେ ସମ୍ମାନିତ କରିଛନ୍ତି ପୂର୍ବତନ କେନ
ନୂଆଁଖାଇ ଭେଟଘାଟ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ନୂଆଦିଲ୍ଲୀ

ଠାରେ 'ଜୁହାର

ଦିଲ୍ଲୀ' ପରିବାର

ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ୍ – ୨୦୨୬ ସମାରୋହରେ ଯୋଗଦେଇ ପ୍ରତିଭାବାନ

ବ୍ୟକ୍ତିବିଶେଷମାନଙ୍କୁ 'ଜୁହାର୍ ସମ୍ମାନ'ରେ ସମ୍ମାନିତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର

ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଧର୍ମେନ୍ଦ୍ର

ପ୍ରଧାନ କହିଛନ୍ତି ଯେ, ନୂଆଁଖାଇ କେବଳ ଗୋଟିଏ ପର୍ବ ନୁହେଁ, ଏହା ଆମ ମାଟି, କୃଷି, ଏବଂ

ଭାଇଚାରାର ଏକ ଅନନ୍ୟ ଉତ୍ସବ। ନବାନ୍ନ ଗ୍ରହଣ ସହ ମା'

ସମଲେଶ୍ୱରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି

ଓ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାର ଏହା ଏକ ପବିତ୍ର ଅବସର। ଦିଲ୍ଲୀରେ ରହୁଥିବା ଆମ ଓଡ଼ିଆ

ପ୍ରବାସୀମାନଙ୍କୁ ଏକାଠି କରି ‘ଜୁହାର ଦିଲ୍ଲୀ’ ଗତ ୨୭ ବର୍ଷ ଧରି ଆମ କଳା, ସଂସ୍କୃତି

ଓ ପରମ୍ପରାକୁ ରାଷ୍ଟ୍ରୀୟ ରାଜଧାନୀରେ ବଞ୍ଚାଇ ରଖିବା ସହ ତାହାର ପ୍ରଚାର ଓ ପ୍ରସାର ପାଇଁ ଯେଉଁ

ନିରନ୍ତର ପ୍ରୟାସ କରିଆସୁଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି

ଧର୍ମେନ୍ଦ୍ର ପ୍ରଧାନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande