
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଆଜି ବିଶ୍ୱ
ପର୍ଯ୍ୟଟନ ଦିବସ। ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା। ସେ କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ଏବେ ବଡ଼ ସୁଯୋଗ। ଓଡ଼ିଶା ସରକାରଙ୍କ
ଫୋକସରେ ଏବେ ପର୍ଯ୍ୟଟନ ବିଭାଗ ରହିଛି। ଓଡ଼ିଶା ଯେଉଁ ସ୍ଥାନକୁ ଯିବେ ସେଠାରେ ନୂଆ ଅନୁଭବ ଓ
ଅନୁଭୂତି ପାଇବେ। ଆମ ପାଖାରେ ଅଧ୍ୟାତ୍ମିକ ଚେତନା ଅଛି, ମନ୍ଦିର ଅଛି, ସମୁଦ୍ର ଅଛି। ସବୁଠାରୁ ବଡ଼
କଥା ହେଉଛି ଆମ ପାଖରେ ସଂସ୍କୃତି ଅଛି। ପର୍ଯ୍ୟଟନ ରାଜ୍ୟର ଆର୍ଥିକ ସ୍ଥିତିକୁ ମଜବୁଥ କରିବ।
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ
ଅବସରରେ,
ହୋମ୍ଷ୍ଟେ ପାଇଁ ଆର୍ଥିକ ସହାୟତା ନିମନ୍ତେ ଏସବିଆଇ ସହ, ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଏଏସଆଇସହ ଏବଂ ସାହସିକ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ‘ଇଣ୍ଡିଆନ୍ କାୟାକିଂ
ଆଣ୍ଡ କାନୋଇଂ ଆସୋସିଏସନ୍’ ସହ ଓଡ଼ିଶା ପର୍ଯ୍ୟଟନର ଏମଓୟୁସ୍ୱାକ୍ଷରିତ ହୋଇଛି । ଏହି ଭାଗିଦାରୀ ଓଡ଼ିଶାର ପର୍ଯ୍ୟଟନ
କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ।
ବିଶ୍ୱ ପର୍ଯ୍ୟଟନ ଦିବସ
ଅବସରରେ,
ବରକୂଳଠାରେ ଓଟିଡିସିର ଇଭି ବୋଟ୍ ଏବଂ ସ୍ୱସ୍ତି ଗ୍ରୁପ୍ ଦ୍ୱାରା
ପରିଚାଳିତ କ୍ୟାଟାମାରାନ୍ର ଶୁଭାରମ୍ଭ କରାଗଲା । ଚିଲିକା ହ୍ରଦର ଅପୂର୍ବ ପ୍ରାକୃତିକ
ସୌନ୍ଦର୍ଯ୍ୟ ସହ ଆଧୁନିକ ଓ ପରିବେଶ ଅନୁକୂଳ ପର୍ଯ୍ୟଟନର ଏହି ନୂଆ ପଦକ୍ଷେପ ପର୍ଯ୍ୟଟକଙ୍କ
ଭ୍ରମଣ ଅନୁଭୂତିକୁ ଆହୁରି ସମୃଦ୍ଧ କରିବ।
ଓଡ଼ିଶା ହୋମ୍ଷ୍ଟେ
ଏଷ୍ଟାବ୍ଲିସମେଣ୍ଟ ଯୋଜନା ଅଧୀନରେ ୧୭ ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ଏବଂ
ସାହସିକ ପର୍ଯ୍ୟଟନ ଆୟୋଜକମାନଙ୍କୁପ୍ରମାଣପତ୍ର ବଣ୍ଟନ କରାଗଲା । ଏହା ମାଧ୍ୟମରେ ସ୍ଥାନୀୟ
ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶାରେ ହୋମ୍ଷ୍ଟେ ଓ ସାହସିକ ପର୍ଯ୍ୟଟନକୁ ଆହୁରି
ସୁଦୃଢ଼ କରିବାର ଲକ୍ଷ୍ୟ ରଖାଯାଇଛି ।
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ
ଅବସରରେ, ପର୍ଯ୍ୟଟକଙ୍କ
ଯାତାୟାତକୁ ଆହୁରି ସୁଗମ ଓ ସୁବିଧାଜନକ କରିବା ସହ ଓଡ଼ିଶା ଭ୍ରମଣର ଅନୁଭୂତିକୁ ଅଧିକ ସମୃଦ୍ଧ
କରିବା ପାଇଁ ଓଟିଡିସିର ଲକ୍ସରୀ କୋଚ୍ଗୁଡ଼ିକର ଶୁଭାରମ୍ଭ କରାଗଲା । ଏହି ଅବସରରେ ମୁଖ୍ୟ ଶାସନ
ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା