
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଏମଏମଡିଆର
ସଂଶୋଧନ ଆଇନ ଏକ କଳା ଆଇନ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ଏହି ନିୟମ
କାର୍ଯ୍ୟକାରୀ ହେବା ଦ୍ୱାରା ଓଡ଼ିଶା ପ୍ରତି ବର୍ଷ 11 ହଜାର କୋଟି ଟଙ୍କା ହରାଇବ । ବାକାୟା
ରାଜସ୍ୱ ମଧ୍ୟ ରାଜ୍ୟ ମାନେ ଆଦାୟ କରିପାରିବେ ନାହିଁ । ଏହା ଦ୍ୱାରା ଓଡ଼ିଶାର ଅଧିକାର ଯିବା ସହ
ବିକାଶ କାର୍ଯ୍ୟ ବାଧା ସୃଷ୍ଟି ହେବ । ସେହିଭଳି ଆଦିବାସୀ ମାନଙ୍କ ଜଳ ଜଙ୍ଗଲ ଜମି ଅଧିକାର
କ୍ଷୁର୍ଣ୍ଣ ହେବ। ଏହା ର ପ୍ରତିବାଦ କରି ଆସନ୍ତା କାଲି ବିଜେଡି ପକ୍ଷ ରୁ ଏକ ବିରାଟ ପ୍ରତିବାଦ
ସଭା ଅନୁଷ୍ଠିତ ହେବ । ଏଥିରେ ଦଳ ସୁପ୍ରିମୋ ନବୀନ ବାବୁ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ
ଦେବେ । ରାଜ୍ୟସ୍ତରୀୟ ପ୍ରତିବାଦ ସଭା ଭୁବନେଶ୍ୱରରେ
ହେବ ସେହିପରି ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଜିଲ୍ଲାରେ ସଦର ମହକୁମାରେ ପ୍ରତିବାଦ
କରାଯିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା