ଚିଲିକା ବ୍ଲକର ଜରିପଡ଼ା ଗ୍ରାମପଞ୍ଚାୟତ ସଭାଗୃହରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଚିଲିକା ବ୍ଲକର ଜରିପଡ଼ା ଗ୍ରାମପଞ୍ଚାୟତ ସଭାଗୃହରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା,ବିଡିଓ,ଜରିପଡ଼ା ସରପଞ୍ଚ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମନ
ଚିଲିକା ବ୍ଲକର ଜରିପଡ଼ା     ଗ୍ରାମପଞ୍ଚାୟତ ସଭାଗୃହରେ ବନ୍ୟା କ୍ଷୟକ୍ଷତିର ସମୀକ୍ଷା ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଚିଲିକା ବ୍ଲକର ଜରିପଡ଼ା ଗ୍ରାମପଞ୍ଚାୟତ ସଭାଗୃହରେ

ଚ଼ିଲିକା ବ୍ଲକ ଅଧ୍ୟକ୍ଷା,ବିଡିଓ,ଜରିପଡ଼ା ସରପଞ୍ଚ ଏବଂ

ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବନ୍ୟା କ୍ଷୟକ୍ଷତିର

ସମୀକ୍ଷା କରିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ବୈଠକ ପରେ ବନ୍ୟା ପ୍ରଭାବିତ

ଅଞ୍ଚଳକୁ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବାସହ ଲୋକମାନେ କିପରି ଶୀଘ୍ର ସମସ୍ୟାରୁ

ମୁକ୍ତି ପାଇବେ ଏବଂ ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବ, ସେନେଇ

ଉପସ୍ଥିତ ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ

ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ବନ୍ୟା ପ୍ରଭାବିତ ପ୍ରତ୍ୟେକ ଭାଇଭଉଣୀଙ୍କୁ ଆବଶ୍ୟକୀୟ

ସହାୟତା ଯୋଗାଇଦେବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମ ସରକାର ସର୍ବଦା

ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande