
ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ
ପୁରୀ, , 27 ସେପ୍ଟେମ୍ବର (ହି.ସ.)ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିବାଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ଅପରପକ୍ଷ ପାଳନ,ତର୍ପଣ ଓ ଶ୍ରାଦ୍ଧ ଓ ପିଣ୍ଡଦାନ ଆରମ୍ଭ ହୋଇଛି । ପୂର୍ବପୁରୁଷଷମାନଙ୍କ ଆତ୍ମାର
ସଦଗତି ଓ ମୋକ୍ଷ ଓ ଶାନ୍ତି ପାଇଁ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ
ନରେନ୍ଦ୍ର, ମାର୍କଣ୍ଡ ପୁଷ୍କରିଣୀ, ଶେତ୍ବଗଙ୍ଗା ପୁଷ୍କରିଣୀ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧିରେ ତିଳ ତର୍ପଣ ଓ ପିଣ୍ଡଦାନ ଶ୍ରଦ୍ଧାଳୁ ମାନେ ସକାଳେ ଆରମ୍ଭ କରିଛନ୍ତି । ଶ୍ରଦ୍ଧାଳୁ ମାନେ ଜଳରେ କୁଶ,କଳାରାଶି ଅରୁଆ ଚାଉଳ ଓ ଫୁଲ ରଖି ପିତୃପୁରୁଷଙ୍କ ନାମ ଗୋତ୍ର ଉଚ୍ଚାରଣ କରି ତିଳ ତର୍ପଣ ଦେଉଥିବା ଦେଖିବାକୁ ମିଳିଛି । ତିନି ପିତୃପୁରୁଷ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ତିଳତର୍ପଣ କରାଯାଇଥାଏ ।ପିତୃପୁରୁଷ ଏହି ପକ୍ଷରେ ମର୍ତ୍ତ୍ୟ ମଣ୍ଡଳକୁ ଅବତରଣ କରି ଆତ୍ମୀୟଙ୍କ ଠାରୁ ତିଳୋଦକ ଓ ଅନ୍ନବ୍ୟଞ୍ଜନ ପାଇବାକୁ ଆଗ୍ରହୀ ହୋଇଥାନ୍ତି । ପ୍ରତିଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରି ତୃପ୍ତି ପାଇବା ଉଦ୍ଦେଶ୍ଯରେ ଅପରପକ୍ଷ ହେଉଛି ଅନୁକୂଳ ସମୟ । ଯେଉଁ ମାନେ ୧୫ ଦିନ ତର୍ପଣ କରିବା ସୁବିଧା ନଥିବ ସେମାନେ ପିତୃମୁକ୍ତ ହୋଇଥିବା ତିଥିରେ ଶ୍ରାଦ୍ଧ କରିଥାନ୍ତି । ବ୍ରାହ୍ମଣ ମାନଙ୍କ ମନ୍ତ୍ର ଉଚ୍ଚାରଣ ଓ ତର୍ପଣର ରାଶି ଯବଧାନ , କୁଶରେ ପବିତ୍ର ହୋଇଥାଏ ଜଳରାଶି । ବ୍ରାହ୍ମଣଙ୍କ ଶ୍ଲୋକ ଓ ମନ୍ତ୍ର ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ନିଷ୍ଠା ଶ୍ରଦ୍ଧା ଓ ଭକ୍ତିର ସହ ଶ୍ରଦ୍ଧାଳୁଙ୍କ ତିଳ ତର୍ପଣ ଓ ପିଣ୍ଡଦାନ କରିବା ଦୃଶ୍ଯ ବେଶ ଧାର୍ମିକ ଜାଗରଣ ଦେଖିବାକୁ ମିଳିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ