




ସମ୍ବଲପୁର, ୨୮, ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାର ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଆଜି ୧୨ ଦଫା ଦାବିନେଇ ନିଜ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଆନ୍ଦୋଳନରେ ବସିଥିବା ଦେଖାଯାଇଛି ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘଦିନ ଧରି ରହୁଥିବା ହଷ୍ଟେଲରେ ବିଭିନ୍ନ ସମସ୍ୟା ସହ ଶିକ୍ଷାଦାନରେ ଅଧ୍ୟାପକଙ୍କ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ କଲେଜ କର୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇ ଆସୁଥିଲେ, ମଧ୍ୟ ଏହାର ସମାଧାନ ଦିଗରେ କଲେଜ ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜି ଆସୁଥିଲା । ସମସ୍ୟା ଗୁଡିକ ଦିନକୁ ଦିନ ଅସହ୍ୟ ହେବାରୁ ଆଜି ବାଧ୍ୟ ହୋଇ ନର୍ସିଂ ଛାତ୍ରଛାତ୍ରୀ ମାନେ ବିଚାର ବିମର୍ଷ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ସମସ୍ୟା ଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ମଧ୍ୟ କିଛି ଛାତ୍ରଛାତ୍ରୀ ରୋକଠୋକ ଗଣମାଧ୍ୟମକୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ