ଅନୁଗୋଳ ବାମୁରରେ ଆଙ୍ଗନ୍ କା ଉତ୍ସବ କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା ଅନୁଗୋଳ/ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ପାଳିତ ହେଉଥିବା ପୋଷଣ ମାସ'' ଓ ସେବା ସଙ୍କଳ୍ପ ଅଭିଯାନ'' ଅନ୍ତର୍ଗତ ଅନୁଗୋଳ ଜିଲ୍ଲା କିଶୋରନ
gfh


ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା

ଅନୁଗୋଳ/ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ପାଳିତ ହେଉଥିବା ପୋଷଣ ମାସ' ଓ ସେବା ସଙ୍କଳ୍ପ ଅଭିଯାନ' ଅନ୍ତର୍ଗତ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ବାମୁର ଠାରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସମ୍ବାଦ' ଏବଂ ଆଙ୍ଗନ୍ କା ଉତ୍ସବ' କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ବାମୁର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁମାନଙ୍କ ସହ ସମୟ ବିତାଇଥିଲେ । ଅଙ୍ଗନୱାଡ଼ି ଓ ଆଶା କର୍ମୀ ଏବଂ ହିତାଧିକାରୀଙ୍କ ସହ ଭାବବିନିମୟ କରି ସେମାନଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଶିଶୁଙ୍କ ପ୍ରାଥମିକ ଯତ୍ନ, ମାନସିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁପରିଚାଳନା, ଗର୍ଭବତୀ ମା’ ଓ ଶିଶୁଙ୍କ ପୋଷଣ ଏବଂ ସାମାଜିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନର ପ୍ରକୃତ ମୂଳଦୁଆ ହେଉଛନ୍ତି ଆମର ଆଗାମୀ ପିଢ଼ି ଓ ଶିଶୁ। ସରକାରୀ ପ୍ରୟାସ ସାଙ୍ଗକୁ ଶିଶୁମାନଙ୍କ ସଠିକ୍ ପୋଷଣ, ଆଦ୍ୟ ଯତ୍ନ, ଅପପୁଷ୍ଟି ଓ ରକ୍ତହୀନତା ଦୂରୀକରଣ ପାଇଁ ପ୍ରତ୍ୟେକ ନାଗରିକ ନିଜ ନିଜର ସାମାଜିକ ଦାୟିତ୍ୱ ନେବା ଆବଶ୍ୟକ। ସମାଜର ମିଳିତ ସହଯୋଗ, ଆନ୍ତରିକତା ଓ ସକ୍ରିୟ ଭାଗିଦାରୀ ଦ୍ୱାରା ହିଁ ପ୍ରତ୍ୟେକ ଶିଶୁଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ।'

ଶିଶୁଙ୍କ ସୁସ୍ଥ ଓ ସମୃଦ୍ଧ ଜୀବନ ପାଇଁ ସଠିକ୍ ପୋଷଣ ପ୍ରଦାନ କରିବା ସହ ସମାଜରେ ସ୍ୱଚ୍ଛତା ରକ୍ଷା, ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ଏବଂ ନିଶାମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତେ ମିଳିମିଶି ଏହି ଅଭିଯାନକୁ ଏକ ବୃହତ୍ ଜନଆନ୍ଦୋଳନର ରୂପ ଦେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ଶେଷରେ ସେ ସମସ୍ତ ଶିଶୁଙ୍କର ଉଜ୍ଜ୍ୱଳ, ନିରୋଗ ଓ ସୁସ୍ଥ ଭବିଷ୍ୟତ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande