ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନା କା ଉତ୍ସବ
କେନ୍ଦୁଝର, ୨୮ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ସମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ୨୦୯ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଆଙ୍ଗନ କା ଉତ୍ସବ ତିନିଦିନଧରି ଚାଲିବାକୁ ରହିଥିବାବେଳେ,ବି ଡି ଏନ ପୁର ଶାସନ ଅଙ୍ଗୱାଡ଼ି କେନ୍ଦ୍ର(୨) ର ପରିଚାଳିକା ବି.ପୁଜା ରାଓ ଙ୍କନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ
Anganwadi


କେନ୍ଦୁଝର, ୨୮ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ସମନ୍ୱୀତ ଶିଶୁ ବିକାଶ ପ୍ରକଳ୍ପ ଆନୁକୁଲ୍ୟରେ ୨୦୯ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଆଙ୍ଗନ କା ଉତ୍ସବ ତିନିଦିନଧରି ଚାଲିବାକୁ ରହିଥିବାବେଳେ,ବି ଡି ଏନ ପୁର ଶାସନ ଅଙ୍ଗୱାଡ଼ି କେନ୍ଦ୍ର(୨) ର ପରିଚାଳିକା ବି.ପୁଜା ରାଓ ଙ୍କନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ମୁରୁଜ ମାଧ୍ୟମରେ ବିଭିନ୍ନ ପ୍ରକାରର ଝୋଟି ଚିତା ପକାଇ କେନ୍ଦ୍ରଗୁଡ଼ିକୁ ସୁ ସଜ୍ଜିତ କରିଥିବା ଦେଖିବାକୁ ମିଳିଛି। ଏପରିକି ଅଙ୍ଗନୱାଡି କେନ୍ଦ୍ରରେ ଅଧ୍ୟୟନ କରୁଥିବା ଶିଶୁ ମାନଙ୍କ ମାତାପିତାଙ୍କ ଦ୍ୱାରା ଅନେକଗୁଡ଼ିଏ ପ୍ରସ୍ତୁତ ପୋଷଣ ପିଠା ପ୍ରଦର୍ଶନର ପ୍ରତିଯୋଗିତା କରଯାଇଛି। ଏଥି ସହିତ ଦ୍ୱିତୀୟ ଦିନରେ ଜେଜେ ମା, ଜେଜେ ବାପାଙ୍କ ଦ୍ୱାରା ଶିଶୁ ମାନଙ୍କୁ ଗପ ଶୁଣାଇବା, ନାଚ ଓ ଗୀତ କରାଇବା କାର୍ଯ୍ୟକ୍ରମ କରାଯାଇଛି। ଯାହାକି ଶିଶୁ ମାନଙ୍କପାଇଁ 'ମୋ ବିକାଶ ପତ୍ର, ଆମ କୁନି ପିଲା, ପୁସ୍ତକ ଉନ୍ମୋଚିତ ହେବାର ଯୋଜନା ମଧ୍ୟ ହୋଇଛି। ତୃତୀୟ ଦିନରେ ବିଭିନ୍ନ ପ୍ରକାର ସଚେତନତା, ତଥା ଅନେଗୁଡ଼ିଏ ଯୋଜନା ଯଥା ପ୍ରଧାମନ୍ତ୍ରୀ ଆବାସ, ସୁଭଦ୍ରା ଓ ମମତା ଭଳି ସରକାରି ଯୋଜନା ଉପରେ ବିସ୍ତୃତ ଆଲୋଚନା ହେବା ସହିତ ହୋଇଥିବା ସମସ୍ତ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ କରିବା ବ୍ୟବସ୍ଥା ରହିଛି। ଉକ୍ତ କାର୍ଯ୍ୟକ୍ରମରେ ସେକ୍ଟର ସୁପର ଭାଇଜର ସୁମତି ମହାନ୍ତ, ଆଶା ମା ମମତା ହେମ୍ବ୍ରମ, ସୋନାଲି ସେଠି, ମନୋରମା ମହାନ୍ତ, ହେମାଗ୍ନି ନାଏକ , ଯଷୋଦା ମହାନ୍ତ, ସାଇ ଶୁଭଶ୍ରୀ ଗିରି, ପ୍ରେମଶିଳା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲା ବେଳେ କୁନି କୁନି ଶିଶୁ ମାନଙ୍କ ସହ ସେମାନଙ୍କର ମାତା ପିତା ଓ ଜେଜେ ମା, ଜେଜେ ବାପା ମାନେ ଉପସ୍ଥିତ ଥିଲେ।ଏପରିକି ଜାତୀୟ ପୋଷଣ ମାସ ଓ ସେବା ସଂକଳ୍ପ ଅଭିଯାନ ମାଧ୍ୟମ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଲକ୍ଷ୍ମୀକାନ୍ତି ମାରାଣ୍ଡି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande