ଭାଣେଜୀ ଘରେ ପଶି ମାଡ ଓ ବାଇକ ଭଙ୍ଗାରୁଜା, ନିଆଁ ଲଗାଇବା ଉଦ୍ୟମ : ବୈଦ୍ୟନାଥପୁର ପୋଲିସ ଦ୍ଵାରା ଅଭିଯୁକ୍ତ ଗିରଫ
ଗଞ୍ଜାମ, ୨୮ ସେପ୍ଟେମ୍ବର (ହି.ସ.)- ଆଙ୍କୁଲି ଆରଡିସି କଲୋନୀରେ ଭିଣଞ୍ଜିଘରେ ପଶି ଆକ୍ରମଣ। ୨ଟି ବାଇକ ଭଙ୍ଗାରୁଜା ଓ ନିଆଁ ଲଗାଇବା ଉଦ୍ୟମ ମାମଲାରେ ବୈଦ୍ୟନାଥପୁର ପୋଲିସ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଛି। ଅଭିଯୁକ୍ତ ଜଣକହେଲେ ଶ୍ରୀନିବାସ ଗୌଡ (୪୩)। ତାକୁ ଗତକାଲି ରାତି ୧୧ଟା ୪୫ ରେ ଗିରଫ କରି କୋ
ଭାଣେଜୀ ଘରେ ପଶି ମାଡ ଓ ବାଇକ ଭଙ୍ଗାରୁଜା, ନିଆଁ ଲଗାଇବା ଉଦ୍ୟମ : ବୈଦ୍ୟନାଥପୁର ପୋଲିସ ଦ୍ଵାରା ଅଭିଯୁକ୍ତ ଗିରଫ


ଗଞ୍ଜାମ, ୨୮ ସେପ୍ଟେମ୍ବର (ହି.ସ.)- ଆଙ୍କୁଲି ଆରଡିସି କଲୋନୀରେ ଭିଣଞ୍ଜିଘରେ ପଶି ଆକ୍ରମଣ। ୨ଟି ବାଇକ ଭଙ୍ଗାରୁଜା ଓ ନିଆଁ ଲଗାଇବା ଉଦ୍ୟମ ମାମଲାରେ ବୈଦ୍ୟନାଥପୁର ପୋଲିସ ଅଭ୍ୟାସଗତ ଅପରାଧୀକୁ ଗିରଫ କରିଛି। ଅଭିଯୁକ୍ତ ଜଣକହେଲେ ଶ୍ରୀନିବାସ ଗୌଡ (୪୩)। ତାକୁ ଗତକାଲି ରାତି ୧୧ଟା ୪୫ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

୨୪.୦୯.୨୦୨୬ ସନ୍ଧ୍ୟା ୭ଟାରେ ଅଭିଯୋଗକାରିଣୀ ଲକ୍ଷ୍ମୀପ୍ରିୟା ଗୌଡ (୨୩) ର ଘରେ ତାଙ୍କ ମାମୁଁ ପାଚେରୀ ଡେଇଁ ପଶିଥିଲେ, ନିଜ ସ୍ତ୍ରୀ ସେଠି ଲୁଚିଛନ୍ତି ବୋଲି ସନ୍ଦେହ କରି। ସ୍ତ୍ରୀ ନଥିବା କହିବାରୁ ଅଶ୍ଳୀଳ ଗାଳି, ଗୋଡରେ ମାଡ ମାରି ଗୁରୁତର ଆହତ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଅଗଣାରେ ଥିବା OD 07 X 6677 ଓ OD 07 AA 0809 ନମ୍ବର ବାଇକ ୨ଟିକୁ ଭାଙ୍ଗି ନିଆଁ ଲଗାଇବାକୁ ଚେଷ୍ଟା କରିଥିଲା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande