
Bhubaneswar, 28 ସେପ୍ଟେମ୍ବର (ହି.ସ.)
ଜନବିରୋଧୀ ଏମଏମଡିଆର ଆକ୍ଟକୁ ବିରୋଧ କରି ଲୋୟର ପିଏମ୍ଜିରେ ବିଶାଳ ବିକ୍ଷୋଭ କରିଛି ବିଜେଡି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ୪୦,୦୦୦ରୁ ଊଦ୍ଧ୍ୱର୍ ଜନସମାଗମ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଡବଲ ଇଞ୍ଜିନ ସରକାରଙ୍କ ଜନମାରଣା ନୀତି ଯୋଗୁଁ ଓଡିଶାବାସୀ ଉପେକ୍ଷିତ ହେଉଛନ୍ତି । ଏମଏମଡିଆର ଆକ୍ଟ ଜରିଆରେ ରାଜ୍ୟର ହକକୁ ଛଡ଼ାଇ ନେବାକୁ ବସିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡିର ଲଢେଇ ଜାରି ରହିବ ।
ସମାବେଶରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ । ଏମଏମଡିଆର ଆକ୍ଟ ଜରିଆରେ ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ ପ୍ରୟାସ କରାଯାଇଛି । ଓଡ଼ିଶାର ଖଣି ଓ ଜମି ଉପରେ ଓଡ଼ିଶାବାସୀଙ୍କ ଅଧିକାର ରହିଛି । ମୋର ଶେଷ ନିଶ୍ୱାସ ଥିବା ଯାଏଁ ଓଡ଼ଶାର ସ୍ୱାର୍ଥ ପାଇଁ ଲଢ଼େଇ କରିବି । ବିନା ଆଲୋଚନାରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଗଲା । କାହା ସ୍ୱାର୍ଥରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଚୁପ ବସିଲେ ? ଏମଏମଡିଆରକୁ ନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି, କିନ୍ତୁ ଉତ୍ତର ମିଳିଲା ନାହିଁ । ମାଟି ଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ । ଏ ମାଟିକୁ ଧୋକା ଦେଲେ ଓଡ଼ିଶାବାସୀ କେବେ ବି କ୍ଷମା କରିବେ ନାହିଁ ।
ବିଜେଡି ନେତ୍ରୀ ସୁଜାତା ରାଉତ କହିଥିଲେ ଯେ, ୨୦୦୪ରେ ଓଡ଼ିଶାର ବିକାଶ ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓରିସେଡ ଆଇନ ଆଣିଥିଲେ । ଏହା ବିରୋଧରେ ଖଣି ମାଲିକ ମାନେ ସୁପ୍ରିମକୋର୍ଟ ଗଲେ । କିନ୍ତୁ ୨୦୨୪ରେ ଓଡ଼ିଶା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଲେ । ସୁପି୍ରମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ୧ ଲକ୍ଷ କୋଟି ଟଙ୍କାର ବକେୟା ଖଣି ରାଜସ୍ୱ ପାଇଥାନ୍ତା ଓଡ଼ିଶା । ଏହି ରାଜସ୍ୱରୁ ଓଡ଼ିଶାର ବିକାଶ ଆହୁରି ଆଗକୁ ଯାଇପାରିଥାଆନ୍ତା । କ'ଣ ପାଇଁ ବିଜେପି ଓଡ଼ିଶାରୁ ଲକ୍ଷ୍ମୀଙ୍କୁ ଫେରାଇଲେ ଏହାର ଜବାବ ଦିଅନ୍ତୁ । ବିଜେପି ନେତା ଓଡ଼ିଶାକୁ ଠକୁଛନ୍ତି । ବିଜେପିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି । ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ ଓଡ଼ିଶାକୁ ତା’ର ଅଧିକାର ନ ମିଳିଛି ସେପର୍ଯ୍ୟନ୍ତ ବିଜେଡି ଏହି ଲଢେଇ ଜାରି ରଖିବ ।
ଏମଏମଡିଆର ଆଇନ ସଂଶୋଧନ ଯୋଗୁଁ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବକେୟା ଖଣି ରାଜସ୍ୱ ହରାଇବା ସହ ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ଓଡ଼ିଶା । ବିଜେଡି ଶାସନ ସମୟରେ ଓଡ଼ିଶାର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା । ଦାରିଦ୍ର୍ୟତାରେ ଜର୍ଜରିତ ଓଡ଼ିଶାର ରୂପରେଖ ପରିବର୍ତ୍ତନ ହୋଇଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଉନ୍ନତି ହେବା ବଦଳରେ ଅବନତି ଘଟୁଛି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ଦଳଗତ ସ୍ୱାର୍ଥରୁ ଊଦ୍ଧ୍ୱର୍ରେ ରହି କାର୍ଯ୍ୟ କରୁ ବୋଲି ବିଜେଡ଼ି ନେତୃବୃନ୍ଦ ବକ୍ତବ୍ୟ ଦେଇଥିଲେ । ବିଜେପି ସରକାରରେ ଓଡ଼ିଶାର ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି । ବିଜେପି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ଅର୍ଥନୀତିକୁ ନଷ୍ଟ କରୁଛି । ଏହି ଅନ୍ୟାୟ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।
ଏହି ଅବସରରେ ଆଦିବାସୀ ସେଲ୍ ସଭାପତି ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଆଦିବାସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଦିବାସୀ ନେତା ପ୍ରଦୀପ ମାଝୀ, ନିରଞ୍ଜନ ବିଶି, ମଙ୍ଗଳା କିଷାନ, ଜଗନ୍ନାଥ ସାରକା, ସାନନ୍ଦ ମାରାଣ୍ଡି, ଡ଼ ପି୍ରୟବ୍ରତ ମାଝୀ, ଭାରତୀ ସିଂ, ଭାରତୀ ହାଁସଦା, ଦେବାଶିଷ ମାରାଣ୍ଡି, ମାନସ ମାଡ଼କାମୀ, ଜଗନ୍ନାଥ ନାୟକ, ଧନୁର୍ଜୟ ସିଦ୍ଧୁ, ବାସନ୍ତୀ ହେମ୍ବ୍ରମ୍, ଅନୁସୂୟା ମାଝୀ, ସରସ୍ୱତୀ ମାଝୀ, ଚକ୍ରଧର ହେମ୍ବ୍ରମ, ମାଧବ ସର୍ଦ୍ଦାରଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇ ସମାବେଶରେ ସାମିଲ୍ ହୋଇଥିଲେ । ଆଦିବାସୀ ମାନଙ୍କ ଜଙ୍ଗଲ ଜମି ଲୁଟ୍ କରିବାକୁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ଘୋର ବିରୋଧ କରିଥିଲେ ।
ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡ. ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ମାନସ ମଙ୍ଗରାଜ, ବ୍ୟୋମକେଶ ରାୟ, ପ୍ରୀତିରଞ୍ଜନ ଘଡ଼େଇ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁବାସ ସିଂ, ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସୀତା ସାହୁ, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର, ପ୍ରଣବ ବଳବନ୍ତରାୟ, ପଦ୍ମନାଭ ବେହେରା, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତସିଂହାର, ନନ୍ଦଲାଲ ସିଂ, ବ୍ରଜକିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ, ଅଶ୍ୱୀନ କୁମାର ପାତ୍ର, ଗୌତମବୁଦ୍ଧ ଦାସ, ମାଧବ ଧଡା, ବର୍ଷା ସିଂ ବରିହା, ସଞ୍ଜୀବ କୁମାର ମଲ୍ଲିକ, କଳିକେଶ ନାରାୟଣ ସିଂଦେଓ, ରୋହିତ ପୂଜାରୀ, ମନ୍ମଥ ରାଉତରାୟ, ପ୍ରଶାନ୍ତ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୂପେଶ ପାଣିଗ୍ରାହୀ, ସାରଦା ପ୍ରସନ୍ନ ଜେନା, ବିଶ୍ୱରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରଦୀପ କୁମାର ଦିଶାରୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧ୍ରୁବଚରଣ ସାହୁ, ବଦ୍ରିନାରାୟଣ ପାତ୍ର, ଅଭିମନୁ୍ୟ ସେଠୀ, ବିଭୂତି ଭୂଷଣ ବଳବନ୍ତରାୟ, ପ୍ରଦୀପ କୁମାର ସାହୁ, ମନୋହର ରନ୍ଧାରୀ, ଅଧିରାଜ ମୋହନ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ସୁନିଲ କୁମାର ମହାନ୍ତି, ସୁଦର୍ଶନ ହରିପାଲ, ପ୍ରଶାନ୍ତ ମୁଦୁଲି, ନୃସିଂହ ସାହୁ, ଯୋଗେଶ କୁମାର ସିଂ, ରୋହିତ ଯୋଶେଫ ତିର୍କୀ, ସାରଦା ପ୍ରସାଦ ନାୟକ, ଝିନ୍ନ ହିକକା, ରମେଶ ମାଝୀ, ରଞ୍ଜିତା ସାହୁ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର ସାହୁ, ଦେବେଶ ଆଚାର୍ଯ୍ୟ, ସୁମିତ୍ରା ଜେନା, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ସଂଘମିତ୍ରା ଦଳେଇ, ଅମରେଶ ପତ୍ରି, ଚନ୍ଦ୍ରସାରଥୀ ବେହେରା, ପ୍ରଫୁଲ୍ଲ ସିଂ, ଡ଼ ପ୍ରମୋଦ ମଲ୍ଲିକ, ମୀନତୀ ବେହେରା, ରଘୁନାଥ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରୁଦ୍ରପ୍ରତାପ ମହାରଥୀ, ସମ୍ବିତ ରାଉତରାୟ, ଅରିନ୍ଦମ ସର୍କେଲ, ବସନ୍ତ ବିଶ୍ୱାଳ, ଅବନୀ ଯୋଶୀ, ପୁଷ୍ପେନ୍ଦ୍ର ସିଂହଦେଓ, ଶେଖ୍ ନିଜାମୁଦ୍ଦିନ, ରିଜୱାନା ବେଗମ, କୃଷ୍ଣାନନ୍ଦ ମହାନ୍ତି, ରାଇସେନ ମୁର୍ମୁଙ୍କ ସମେତ ହଜାର ହଜାର ଯୁବ, ଛାତ୍ର ଓ ମହିଳା ସାମିଲ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା