ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର
ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର
ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର


ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର


ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର


ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର


ବନ୍ୟାଜଳ ଘେରରେ ମାଁ ଘଣ୍ଟେଶ୍ବରୀଙ୍କ ମନ୍ଦିର


ସମ୍ବଲପୁର ୨୮, ସେପ୍ଟେମ୍ବର (ହି.ସ.) ପଶ୍ଚିମ ଓଡ଼ିଶାର ଆରାଧ୍ୟ ପ୍ରତିଷ୍ଠିତ ମାଁ ସମଲେଶ୍ଵରୀଙ୍କ ମନ୍ଦିର ଭଳି ଜିଲ୍ଲାର ଅନନ୍ୟ ମାଁ ଘଣ୍ଟେଶ୍ବରୀଙ୍କ ପୀଠରେ ମଧ୍ୟ ସବୁଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ । ଏବେ ହୀରାକୁଦ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ୩୦ଟି ଗେଟ୍ ଦେଇ ନିଷ୍କାସନ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଉଣା ଅଧିକେ ଜଳମଗ୍ନ ହୋଇପଡିଛି । ଏବେ ବନ୍ୟାଜଳର ସ୍ରୋତ ଅନ୍ୟାନ୍ୟ ସ୍ଥାନ ପରି ମାଁ ଘଣ୍ଟେଶ୍ବରୀଙ୍କ ପୀଠ ପରିସରକୁ ମଧ୍ୟ ସ୍ପର୍ଶ କରିଛି । ସୋମବାର ସକାଳେ କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ସମେତ ବାହାର ଅଞ୍ଚଳରୁ କେତେକ ଶ୍ରଦ୍ଧାଳୁ ଏଠାରେ ପହଞ୍ଚି ମାଁ ଘଣ୍ଟେଶ୍ବରୀଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରି ଫେରିଛନ୍ତି । ତେବେ ମାଁ'ଙ୍କ ପୀଠ ନିକଟରେ ବନ୍ୟାପାଣିରେ ସ୍ରୋତ କିଛି ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ନେଇ ମତ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଳୁଙ୍କ ଦଳରେ ବରିଷ୍ଠ ଆଇନଜୀବୀ ଲଳିତେନ୍ଦୁ ମହାନ୍ତି, ଠିକାଦାର ଆଶିଷ ନାୟକ, ସମବାୟବିତ୍ ଲକ୍ଷ୍ମଣ ସିଂହ, ହୋଟେଲ ଶିଳ୍ପପତି ସଞ୍ଜିବ ମହାନ୍ତି, ଅମ୍ବିକା ମହାନ୍ତି, ଶିବ ନାରାୟଣ ପ୍ରତିହାରୀ, ସୁଶାନ୍ତ ରାୟ, ଗଣପତି ବେହେରା ଓ ଅଶୋକ ପଣ୍ଡା ପ୍ରମୁଖ ମାଁ'ଙ୍କ ଦର୍ଶନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande