ସଇଁନ୍ତଲା ରେ ବେଟି ବଚାଓ ବେଟି ପଢ଼ାଓ' ସଚେତନତା ଶିବିର
ବଲାଙ୍ଗିର, ୨୮ ସେପ୍େଟମ୍ବର (ହି.ସ.) - ସ୍ଥାନୀୟ ପଂଚାୟତ ସମିତି ମହା ବିଦ୍ୟାଳୟ ସଇଁନ୍ତଲା ରେ ''ବେଟି ବଚାଓ ବେଟି ପଢ଼ାଓ ସଚେତନତା ଶିବିରବଚାଓ ବେଟି ପଢ଼ାଓ'' ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି ଓ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ
ସଇଁନ୍ତଲା ରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା ଶିବିର


ବଲାଙ୍ଗିର, ୨୮ ସେପ୍େଟମ୍ବର (ହି.ସ.) - ସ୍ଥାନୀୟ ପଂଚାୟତ ସମିତି ମହା ବିଦ୍ୟାଳୟ ସଇଁନ୍ତଲା ରେ 'ବେଟି ବଚାଓ ବେଟି ପଢ଼ାଓ ସଚେତନତା ଶିବିରବଚାଓ ବେଟି ପଢ଼ାଓ' ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇ ଯାଇଛି ଓ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଓ ଜିଲ୍ଲା ପ୍ରଶାସନ ତରଫରୁ ସଇଁନ୍ତଲା ସି ଡି ପି ଓ ଗୋଲାପୀ ନାୟକ ଏବଂ ସଇଁନ୍ତଲା ଥାନା ଅଧିକାରୀ ବିଶ୍ୱଜିତ ବିଶ୍ୱାଳ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଅଧ୍ୟାପକ ଜୟଦ୍ୱେ କର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିବା ଏହି କାର୍ଯ୍ୟକ୍ରମରେ ରେ କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ନାରୀ ସୁରକ୍ଷା ଓ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଓ ସିଡିପିଓ ଗୋଲାପୀ ନାୟକ କନ୍ୟା ସନ୍ତାନ ଙ୍କ ସୁବିଧା ପାଇଁ ଥିବା ସରକାରୀ ଯୋଜନା ଉପରେ କହିଥିବା ବେଳେ ଥାନ ଅଧିକାରୀ ବିଶ୍ୱଜିତ ବିଶ୍ୱାଳ ଭାରତୀୟ ନ୍ୟାୟ ସଂହିତା ରେ ମହିଳା ସୁରକ୍ଷା ପାଇଁ ଥିବା ଧାରା ଉପରେ କହିଥିଲେ ଓ ପ୍ରାଧ୍ୟାପକ ଡିଲେଶ୍ୱର ଭୋଇ ବେଟି ବଚାଓ ବେଟି ପଢ଼ାଓ ଯୋଜନା ର ଐତହାସିକ ପଟ୍ଟଭୂମି ଉପରେ କହିଥିବା ବେଳେ ଅଧ୍ୟାପକ ଶଶିଭୂଷଣ ପଧାନ ନାରୀ ସୁରକ୍ଷା ଉପରେ ମତ ରଖିଥିଲେ ଓ ଏହି କାର୍ଯ୍ୟକ୍ରମରେ ରେ ଛାତ୍ରୀ ମାନେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ଓ ଇଂରାଜୀ ବକ୍ତୃତା, ଓଡ଼ିଆ ବକ୍ତୃତା, କୁଇଜ୍ ଏବଂ ଛବି ଅଙ୍କନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ମାନ ଙ୍କୁ ମାନ ପତ୍ର ସହ ପୁରସ୍କାର ବିତରଣ କରାଯାଇ ଥିଲା ଓ ଶେଷରେ କମ୍ପ୍ୟୁଟର ବିଭାଗ ର ଅଧ୍ୟାପକ ରାଜ କୁମାର ବଗର୍ତର୍ୀ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande