ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଭାଗବତ ଜନ୍ମୋତ୍ସୋବ ଓ ଗଙ୍ଗା ଆଳତି ପାଳନ
ବଲାଙ୍ଗିର, ୨୮ ସେପ୍େଟମ୍ବର (ହି.ସ.) - ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବଲାଙ୍ଗିର ସହରରେ ପ୍ରଥମ ଥର ପାଇଁ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ବଳିଷ୍ଠ ସାଂଗଠନିକ ଓ ବ୍ରାହ୍ମଣ ସମାଜର ନିଷ୍ପତି ଉଦ୍ୟମରେ ଭାଦ୍ରବ ଇନ୍ଦ୍ର ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ମହା ଆଡମ୍ବର
ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଭାଗବତ ଜନ୍ମୋତ୍ସୋବ ଓ ଗଙ୍ଗା ଆଳତି ପାଳନ


ବଲାଙ୍ଗିର, ୨୮ ସେପ୍େଟମ୍ବର (ହି.ସ.) - ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବଲାଙ୍ଗିର ସହରରେ ପ୍ରଥମ ଥର ପାଇଁ ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ବଳିଷ୍ଠ ସାଂଗଠନିକ ଓ ବ୍ରାହ୍ମଣ ସମାଜର ନିଷ୍ପତି ଉଦ୍ୟମରେ ଭାଦ୍ରବ ଇନ୍ଦ୍ର ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସରରେ ମହା ଆଡମ୍ବରରେ ଭାଗବତ ଜନ୍ମ ତଥା ଇନ୍ଦ୍ରତ୍ସବ ମହୋତ୍ସବ ପାଳନ କରାଯାଇଥିଲା । ଏହି ପୂଜାର୍ଚ୍ଚନା ରେ ପଣ୍ଡିତ ସନ୍ତୋଷ ମିଶ୍ର ମୁଖ୍ୟ ଯଜ୍ଞାଚାର୍ଯ୍ୟ, ପଣ୍ଡିତ ସୁରେଶ କୁମାର ପଣ୍ଡା, ପଣ୍ଡିତ ସୋମନାଥ ତ୍ରିପାଠି ସହଯଜ୍ଞଚାର୍ଯ୍ୟ, ଯଜ୍ଞଦି, ପୂଜା ବିଧିକାର୍ଯ୍ୟ ଭାବେ ପୂଜାରେ ସହ ସଂପାଦକ ସଂକୀର୍ତନ ତ୍ରିପାଠି ଓ ତାଙ୍କ ପତ୍ନୀ ମେନକା ମିଶ୍ର ସସ୍ତ୍ରୀକ ବସି ତୁଳାଇଥିଲେ । ସହର ଓ ଆଖାପାଖ ଗ୍ରାମାଂଚଳ ରୁ ପ୍ରାୟ ୩୫ ଜଣ ଭାଗବତ ପ୍ରେମୀ ବ୍ରାହ୍ମଣ ଦେବତାଗଣ ଶ୍ରୀମଦ୍ ଭାଗବତ, ଗୀତାପୁରାଣ ଓ ବିଷ୍ଣ ସହସ୍ରନାମ ପଠନ କରିଥିଲେ । ଅପରାହ୍ନ ୩ ଘଂଟା ସମୟରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସଭାପତି ପ୍ରାଣବଲ୍ଲଭ ତ୍ରିପାଠି, ଉପସଭାପତି କିଶୋର ପୁରୋହିତ ଓ ରାଜଶ୍ରୀ ତ୍ରିପାଠି, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ସୋମନାଥ ମିଶ୍ର, ଉପଦେଷ୍ଟା ଜୟରାମ ମିଶ୍ର, ପର୍ଶୁରାମ ନାୟକ, ଶିବ ଶଙ୍କର ଖୁଆସ, ଲୋକନାଥ ନେପାକ ଓ ମନୋରଂଜନ ପୁରୋହିତ, କାର୍ଯ୍ୟକାରି ପରିଷଦ ସଭ୍ୟ/ସଭ୍ୟା କିଶୋର ମୋହନ ମିଶ୍ର, ସନ୍ତୋଷ ତ୍ରିପାଠି, ଜଗଦିଶ ନାଥ, କୃପାସିନ୍ଧୁ ମିଶ୍ର, ସୁବାଷ ଶତପଥୀ, ବିଧୁ ଭୂଷଣ ତ୍ରିପାଠି, ଦିବାକର ହୋତା, ରଞ୍ଜିତା ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ମିଶ୍ର, ସୁବ୍ରତ ରଞ୍ଜନ ମିଶ୍ର, ସୁରେଶ ମିଶ୍ର, ନିହାରିକା ମିଶ୍ର, ସାଗରିକା ଗୁରୁ, ବୀଣାପାଣି ଆଚାର୍ଯ୍ୟ ଅନ୍ୟାନ୍ୟ ଶତାଧିକ ସଦସ୍ୟ/ସଦସ୍ୟା ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୁଚାରୁ ରୂପେ ସମାପନ କରିଥିଲେ । ଏହି ଭକ୍ତିଭରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ବ୍ରାହ୍ମଣ ମହାସଭାର କାର୍ଯ୍ୟକୁ ସମାଜ ତଥା ସର୍ବସାଧାରଣରେ ଭୁୟସୀ ପ୍ରଶଂସା କରୁଥିବାର ଦୃଷ୍ଟିଗୋଚର ହୋଇଥିଲା । ପରେ ସନ୍ଧ୍ୟା ୬.୩୦ମି. ସମୟରେ ପୂର୍ବରୁ ହୋଇ ଆସୁଥିବା ନିର୍ଦ୍ଧାରିତ ପୂର୍ଣ୍ଣିମା ତିଥିରେ ସ୍ଥାନୀୟ କରଙ୍ଗାକଂଟା ବନ୍ଧରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠି ଓ ତାଙ୍କ ଧର୍ମପତ୍ନୀ ଭାଗ୍ୟସିନୀ ତ୍ରିପାଠୀ ସସ୍ତ୍ରିକ ଗଙ୍ଗା ଆଳତିର ମୁଖ୍ୟ ପୁରୋଧା ହୋଇ ତୁଳାଇବା ସହିତ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ମହା ଆଡମ୍ବର ରେ ପଣ୍ଡିତ ସନ୍ତୋଷ ଶତପଥୀଙ୍କର ମନ୍ତ୍ର ଓ ଆଳତି ଗାନରେ ଏବଂ ବାଦ୍ୟକାରମାନଙ୍କର ବାଦ୍ୟଯନ୍ତ୍ରରେ ତଥା ବ୍ରାହ୍ମଣ ଦେବତା ଓ ଉପସ୍ôଥବା ଥିବା ଅତିଥି ଶ୍ରଦ୍ଧାଳୁମାନଙ୍କର ହରିବୋଲ ଓ ମାତୃଶକ୍ତିର ହୁଳହୁଳି ନାଦରେ ଆଳତୀ କାର୍ଯ୍ୟକ୍ରମରେ ପୋଖରୀ ଆଖ ପାଖ ଅଂଚଳରେ ଭୁକମ୍ପନ ହୋଇ ଉଠିଥିଲା । ଉପରୋକ୍ତ କାର୍ଯ୍ୟକ୍ରମମାନଙ୍କରେ ପୌରାଧ୍ୟକ୍ଷା ଲିକା ସାହୁ ସମାଜର ନିମନ୍ତ୍ରଣ କ୍ରମେ ଶ୍ରୀମଦ୍ ଭାଗବତ ଓ ମହାଗଙ୍ଗା ଆଳତିରେ ଉପସ୍ଥିତ ରହି ଦର୍ଶନ ଓ ସହଯୋଗ କରିବା ସହିତ ଭଗବାନଙ୍କ ଠାରେ ସର୍ବସାଧାରଣଙ୍କ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande