ପୁଇନ୍ତଳା ବୀଣାପାଣି ହାଇସ୍କୁଲରେ ଭାଗବତ ଜନ୍ମ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ
ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ବଲାଙ୍ଗୀର ପୁଇନ୍ତଳା ବୀଣାପାଣି ହାଇସ୍କୁଲ୍ ରେ ଭାଗବତ ଜନ୍ମ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ପରିଷଦର ସଭାପତି ଡ଼. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ କର୍ଯ୍ୟକ୍ରମଟି ସମ୍ପନ୍ନ
ପୁଇନ୍ତଳା ବୀଣାପାଣି ହାଇସ୍କୁଲ୍ ରେ ଭାଗବତ ଜନ୍ମ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ  ପାଳନ


ପୁଇନ୍ତଳା ବୀଣାପାଣି ହାଇସ୍କୁଲ୍ ରେ ଭାଗବତ ଜନ୍ମ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ  ପାଳନ


ବଲାଙ୍ଗିର, ୨୮ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ବଲାଙ୍ଗୀର ପୁଇନ୍ତଳା ବୀଣାପାଣି ହାଇସ୍କୁଲ୍ ରେ ଭାଗବତ ଜନ୍ମ ଏବଂ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏଥିରେ ପରିଷଦର ସଭାପତି ଡ଼. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ କର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା। ଦୀପ ମନ୍ତ୍ର ପାଠ ସହ କିଛି ଅଭିଭାଷଣ ରଖିଥିଲେ ରଶ୍ମୀ ପାତ୍ର ଏବଂ ଭକ୍ତି ଗୀତରେ ପରିବେଶକୁ ଆନନ୍ଦ ମୟ କରି ଦେଇଥିଲେ କବି ରାମଶଙ୍କର ଶତପଥି। ପରିଷଦର ବିବରଣୀ ପଠନ କରିଥିଲେ ସଭାପତି ଡ଼ ଭବାନୀ ଶଙ୍କର ପଟେଲ । ଭାଗବତ ଜନ୍ମକୁ ନେଇ ବକ୍ତବ୍ୟ ରଖିଥିଲେ ନାରାୟଣ ମିଶ୍ର। ସେ ଭାଗବତ ର ତତ୍ତ୍ୱ ଜ୍ଞାନ କୁ ନେଇ ପିଲାଙ୍କୁ ପ୍ରଶ୍ନ ପଚାରିଥିଲେ । ଏବଂ ପୁରଷ୍କାର ମଧ୍ୟ ଦେଇଥିଲେ। ଗଂଗାଧର ମେହେରଙ୍କ କାବ୍ୟ ରେ ନାରୀ ଚରିତ୍ର ଚିତ୍ରଣ କରିଥଲେ ବକ୍ତା ଚୁମ୍କି ଦାଶ। ସେ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ ଏବଂ କୀଚକ ବଧ ର ସାର ମର୍ମକୁ ଉପସ୍ଥାପନ କରିଥିଲେ।

ନିର୍ଦ୍ଦେଶକ ଓ ପରିଚାଳକ ଅଶୋକ କୁମାର ମେହେର , କୋଷାଧକ୍ଷ ସୌମ୍ୟରଞ୍ଜନ ଦ୍ୱାରୀ, ପ୍ରଧାନ ଶିକ୍ଷକ ମାନସ ପ୍ରଧାନ, ମଞ୍ଚ ପରିଚାଳନା ରେ ଅବିନାଶ ବାରିକ, ସହଯୋଗୀ ଶିକ୍ଷକ ଓ ଶିକ୍ଷୟତ୍ରୀ ସୁରେଶ ପ୍ରଧାନ, ମନୋଜ ଭୋଇ, ଶୁଭଶ୍ରୀ ବିଶ୍ୱାଳ, ନିରୁପମା ବଗାର, ସ୍ମୁତି ମୟୀ ପ୍ରଧାନ, ସୋହାଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସଂଗୀତ ପରିବେଷଣରେ ସୁଭଦ୍ରା ବିଶ୍ୱାଳ, ରେଣୁକା ବୁଡେକ୍, ତନୁସ୍ମିତା ପୃଷ୍ଟି, ଜ୍ୟୋତିର୍ମୟୀ ସାହୁ, ରଞ୍ଜୁ ତାଣ୍ଡି ପ୍ରମୁଖ ରହିଥିଲେ। ପରିଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଦସ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ ବଳିଷ୍ଠପ୍ରଧାନ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande