ପୌରପରିଷଦରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
Bhim Bhoi Disability Empowerment Camp at the Municipality
ପୌରପରିଷଦରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର


ଝାରସୁଗୁଡ଼ା, ୨୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ପୌରପରିଷଦ ଠାରେ ସୋମବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୌରାଞ୍ଚଳର ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଏବଂ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବା ପାଇଁ ପଞ୍ଜିକରଣ କରାଯାଇଥିଲା। ଏହା ସହିତ ଉପସ୍ଥିତ ହିତାଧିକାରୀମାନଙ୍କୁ ତିନିଚକିଆ ସାଇକେଲ୍ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁନିଲ କୁମାର ନାଏକ, ପୌରଧ୍ୟକ୍ଷା ରାନୀ ହାତୀ, ସବିତା ପଣ୍ଡା, ଜୟନ୍ତୀ ନାଏକ, ସୁଗନ୍ଧା ସିଂ, ଦେବବ୍ରତ ପାଣ୍ଡେଙ୍କ ସମେତ ପୌରପରିଷଦର ଅନ୍ୟାନ୍ୟ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande