
Bhubaneswar, 28 ସେପ୍ଟେମ୍ବର (ହି.ସ.)
ଓଡିଶାର ସ୍ୱାର୍ଥ ପାଇଁ ଆମେ ଆଜି ଏକାଠି ହୋଇଛେ। ସାଢେ ଚାରି କୋଟି ଓଡ଼ିଆଙ୍କ ହକ ପାଇଁ ଆମେ ଆଜି ଏକାଠି ହୋଇଛେ ବୋଲି କହିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ସେ କହିଛନ୍ତି ଆମର Gen G ର ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ।
MMDR Amendment Bill ଏକ ସାଧାରଣ Bill ନୁହେଁ। ରାଜ୍ୟର ଅଧିକାର ସହ ଏ Bill ଜଡିତ। ଓଡିଶାର ଖଣି, ଓଡିଶାର ଜମି ଉପରେ ଓଡିଶା ବାସୀ ହେଉଛନ୍ତି ମାଲିକ।
ଦୁଃଖର କଥା ବିନା ଆଲୋଚନାରେ ଏ ଭଳି Important Bill ପାର୍ଲିଆମେଣ୍ଟ ରେ Pass ହୋଇଗଲା। ଆଉ ଆମର କୋଡିଏ BJP MP ଚୁପ ବସିଲେ କାହା ସ୍ୱାର୍ଥରେ?
ଓଡିଶା ସରକାର ବି ଚୁପ ରହିଲେ। କାହା ଡର ରେ?
Assembly ର Special Session ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି। ଉତ୍ତର ନାହିଁ।
ମୁଖ୍ୟମନ୍ତ୍ରୀଙ୍କୁ MMDR Amendment Act କୁ ବିରୋଧ କରି Resolution ପାଇଁ ପୁଣି ଚିଠି ଲେଖିଲି । କିନ୍ତୁ ଉତ୍ତର ନାହିଁ। ନାହିଁ ନାହିଁର ଏ ସରକାର। କେବଳ ବାକ୍ୟବୀର। ଏହି Act ପାଇଁ ଓଡିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ।
ଓଡିଶା ର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି? ଏ ମାଟି ଠାରୁ Party କେବେ ବି ବଡ଼ ହୋଇ ପାରିବ ନାହିଁ ।
ଚୌକି ଆଜି ଅଛି କାଲି ନ ଥିବ। କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ। Gen G ଆପଣଙ୍କୁ କ୍ଷମା ଦେବେ ନାହିଁ । ଓଡିଶା ବାସୀ କ୍ଷମା ଦେବେନାହିଁ।
ଓଡିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି ।
ସମସ୍ତଙ୍କୁ ମୋର ଅନୁରୋଧ, ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ। ଆସନ୍ତୁ, ଏ ମାଟି ପାଇଁ ଏକାଠି ହେବା। ସଂକଳ୍ପ କରିବା । MMDR Amendment Act କୁ ଓଡିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ।
ଆମେ ଲଢ଼ିବା। ଆମ ହକ ଫେରାଇ ଆଣିବା ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା