
ବଲାଙ୍ଗିର, 28 ସେପ୍ଟେମ୍ବର (ହି.ସ.)ଟିଟିଲାଗଡ଼ ବ୍ଲକ ସିହିନୀ ପଂଚାୟତ ପିଏମ ଶ୍ରୀ ସରକାରୀ ଉନ୍ନୀତ ହାଇସ୍କୁଲ ଖେଳ ପଡିଆରେ ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ ପ୍ରକ୍ରିୟା ଉଦଯାପିତ ହୋଇଛି। ଏହି ଅବସରରେ ଉଦ୍ଘାଟନୀ ଉତ୍ସବରେ ସିହିନୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସରିତା ବରିହା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବ୍ଲକ କ୍ରୀଡା ସଂଗଠନର ସମ୍ପାଦକ ଦନାର୍ଦନ ପାଣ୍ଡେ ଯୋଗ ଦେଇଥିଲେ। ଏହିପ୍ରତିଯୋଗିତାରେ ଅଣ୍ଡର ୧୭ ବର୍ଷ ଦଳରେ ଛାତ୍ରୀ ଓ ଛାତ୍ରଦଳରୁ ଚାରୋଟି ଲେଖାଏ ଦଳ ଭାଗ ନେଇଥଲେ। ଅଣ୍ଡର ୧୪ ବର୍ଷ ରେ ଚାରୋଟି ଛାତ୍ର ଦଳ ଭାଗ ନେଇଥିଲେ। ଏଠାରୁ ମନୋନୀତ ହୋଇଥିବା ଉଭୟ ଛାତ୍ରୀ ଓ ଛାତ୍ର ଦଳ ଆସନ୍ତା ୧. ୧୦. ୨୦୨୬. ରୁ ଲୋଇସିଂହା ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ବରିଷ୍ଠ କ୍ରୀଡା ଶିକ୍ଷକ ରାଜେଶ ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ପ୍ରିତମ ନାୟକ, ଚୈତନ୍ୟ ଠେଲା, ଶମ୍ବୁ ପ୍ରସାଦ ଦୀପ, ଅଭିଷେକ ନାଗ, ବ୍ରଜବନ୍ଧୁ ଟାକରି, ପାଣ୍ଡଵ ବିଶି ପ୍ରମୁଖ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ