ସେୟାର ବଜାରରେ ସୁନା-ରୂପା ସାମାନ୍ୟ ହ୍ରାସ
ନୂଆଦିଲ୍ଲୀ, ସେପ୍ଟେମ୍ବର 28 (ହି.ସ): ସୋମବାର ଘରୋଇ ସରାଫା ବଜାରରେ ପ୍ରାରମ୍ଭିକ କାରବାର ସମୟରେ ସୁନା ଓ ରୁପା ଦରରେ ସାମାନ୍ୟ ହ୍ରାସ ଧାରା ଦେଖିବାକୁ ମିଳିଛି। ଦରରେ ପରିବର୍ତ୍ତନ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୫୨,୬୭୦ ଟଙ୍କାରୁ ୧,୫୨,୮୨୦ ଟଙ୍
प्रतीकात्मक


ନୂଆଦିଲ୍ଲୀ, ସେପ୍ଟେମ୍ବର 28 (ହି.ସ): ସୋମବାର ଘରୋଇ ସରାଫା ବଜାରରେ ପ୍ରାରମ୍ଭିକ କାରବାର ସମୟରେ ସୁନା ଓ ରୁପା ଦରରେ ସାମାନ୍ୟ ହ୍ରାସ ଧାରା ଦେଖିବାକୁ ମିଳିଛି। ଦରରେ ପରିବର୍ତ୍ତନ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୫୨,୬୭୦ ଟଙ୍କାରୁ ୧,୫୨,୮୨୦ ଟଙ୍କା ମଧ୍ୟରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୩୯,୯୪୦ ଟଙ୍କାରୁ ୧,୪୦,୦୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ରୁପା ଦରରେ ମଧ୍ୟ ସାମାନ୍ୟ ଦୁର୍ବଳତା ଆସିଥିବାରୁ ଦିଲ୍ଲୀ ସରାଫା ବଜାରରେ ଆଜି ଏହି ଧଳା ଧାତୁ କିଲୋଗ୍ରାମ ପ୍ରତି ୨,୪୪,୯୦୦ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୫୨,୮୨୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦର ୧,୪୦,୦୯୦ ଟଙ୍କା ରହିଛି। ଅନ୍ୟପକ୍ଷରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୫୨,୬୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୯,୯୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅହମ୍ମଦାବାଦରେ ୨୪ କ୍ୟାରେଟ୍ ସୁନାର ଖୁଚୁରା ଦର ୧୦ ଗ୍ରାମ ପ୍ରତି ୧,୫୨,୭୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ଦର ୧,୩୯,୯୯୦ ଟଙ୍କା ରହିଛି।

ଏହି ପ୍ରମୁଖ ସହରଗୁଡ଼ିକ ବ୍ୟତୀତ ଚେନ୍ନାଇରେ ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୫୨,୭୨୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୯,୯୯୦ ଟଙ୍କାରେ ବିକ୍ରି ହେଉଛି। ସେହିପରି କୋଲକାତାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୧,୫୨,୬୭୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧,୩୯,୯୪୦ ଟଙ୍କାରେ କାରବାର ହେଉଛି। ଭୋପାଳରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପ୍ରତି ୧,୫୨,୭୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ୧,୩୯,୯୯୦ ଟଙ୍କାରେ ବିକ୍ରି ହେଉଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande