ଦରବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ଜୟରାମ ରମେଶ, କହିଲେ-ସବୁ ଦିଗରୁ ବଢ଼ୁଛି ଆର୍ଥିକ ବୋଝ
ନୂଆଦିଲ୍ଲୀ, ୨୮ ସେପ୍ଟେମ୍ବର (ହି.ସ.)- ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦର ବୃଦ୍ଧିର ପ୍ରଭାବ ଆଉ କେବଳ ରୋଷେଇ ଘର ମଧ୍ୟରେ ସୀମିତ ନ
ଜୟରାମ ରମେଶ


ନୂଆଦିଲ୍ଲୀ, ୨୮ ସେପ୍ଟେମ୍ବର (ହି.ସ.)- ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଦର ବୃଦ୍ଧିର ପ୍ରଭାବ ଆଉ କେବଳ ରୋଷେଇ ଘର ମଧ୍ୟରେ ସୀମିତ ନାହିଁ, ବରଂ ଘରୋଇ ବଜେଟର ପ୍ରାୟ ପ୍ରତ୍ୟେକ ଅଂଶରେ ଏହା ଦୃଶ୍ୟମାନ ହେଉଛି ।

ଜୟରାମ ରମେଶ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ କହିଛନ୍ତି ଯେ, ପନିପରିବା ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ପିଆଜର ମୂଲ୍ୟରେ ତୀବ୍ର ବୃଦ୍ଧି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଅଗଷ୍ଟରେ ପିଆଜର ମୁଦ୍ରାସ୍ଫୀତି ୪୮.୨୭ ପ୍ରତିଶତରେ ପହଂଚିଛି । ସରକାରୀ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପିଆଜର ମୂଲ୍ୟରେ ବାର୍ଷିକ ଆଧାରରେ ୪୮.୨୭ ପ୍ରତିଶତ ବୃଦ୍ଧି ହୋଇଛି, ଯାହାକି ଜୁଲାଇରେ ଏହି ଦର ୨୨.୫୪ ପ୍ରତିଶତ ଥିଲା ।

କଂଗ୍ରେସ ସାଧାରଣ ସମ୍ପାଦକ ଦାବି କରିଛନ୍ତି ଯେ, ଏୟାର କଣ୍ଡିସନର, ଟେଲିଭିଜନ ଏବଂ ରେଫ୍ରିଜରେଟର ଭଳି ଉପଭୋକ୍ତା ସାମଗ୍ରୀର ମୂଲ୍ୟ ମଧ୍ୟ ଆଗକୁ ଆହୁରି ବୃଦ୍ଧି ପାଇପାରେ । ଉତ୍ସବର ସପିଂ ସମୟରେ ଏହି ଜିନିଷଗୁଡ଼ିକ ଉପରେ ବର୍ଦ୍ଧିତ ଖର୍ଚ୍ଚ ପରିବାରର ଘରୋଇ ବଜେଟ୍ ଉପରେ ଅତିରିକ୍ତ ଚାପ ପକାଇପାରେ ।

ଜୟରାମ ରମେଶ ଦାବି କରିଛନ୍ତି ଯେ, ଗୋଟିଏ ପଟେ ଘରୋଇ ସଂଚୟ କ୍ରମାଗତ ଭାବେ ହ୍ରାସ ପାଉଛି, ଅନ୍ୟପକ୍ଷରେ ପରିବାର ଉପରେ ଋଣ ବୋଝ ବୃଦ୍ଧି ପାଉଛି । ତାଙ୍କ ମତରେ, ଏଭଳି ପରିସ୍ଥିତିରେ ସାଧାରଣ ପରିବାର ପାଇଁ ଦୈନନ୍ଦିନ ଆବଶ୍ୟକତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଅଧିକରୁ ଅଧିକ କଷ୍ଟକର ହୋଇପଡୁଛି ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମନ୍ କି ବାତ୍' କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରନ୍ତି, କିନ୍ତୁ ଦରବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପର୍ଯ୍ୟାପ୍ତ ଆଲୋଚନା ହେଉନାହିଁ । ଦର ବୃଦ୍ଧିରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ବୋଲି ଜୟରାମ ରମେଶ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande