
କେନ୍ଦୁଝର, ୨୮ ସେପ୍ଟେମ୍ବର (ହି.ସ.) - ଭୋଟ ଚୋରି କରି ଗଣତନ୍ତ୍ରକୁ ହତ୍ୟାକାରୀ ମାନଙ୍କୁ କଂଗ୍ରେସ ଦଳ କେବେବି କ୍ଷମା ଦେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଆଜି କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ କୁମାର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏଆଇସିସି ସାଧାରଣ ସମ୍ପାଦକ କେ.ସି.ଭେନୁ ଗୋପାଳ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିବାଦ ସଭା ରାଜ୍ୟର ସବୁ ଜ଼ିଲ୍ଲା ମହକୁମା ଠାରେ ଏହି ବିକ୍ଷୋଭ କରାଯାଇଛି । ସ୍ଥାନୀୟ କଂଗ୍ରେସ ଭବନ ଠାରୁ କେନ୍ଦୁଝର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପ୍ରତିବାଦ ସଭା ଯାତ୍ରା ହୋଇଛି । ଗଣତନ୍ତ୍ରକୁ ନିଜର ହାତ୍ୱାରିସି କରି ଭୋଟ ଛୋରି କରିଛନ୍ତି । ଭାରତ ବର୍ଷର ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଦେଶରେ ଦଶ କୋଟି ଭୋଟରଙ୍କ ଭୋଟର ଲିଷ୍ଟରୁ ନାମ କକ୍ଷଟିବା ଏବଂ ଓଡ଼ିଶାର ୨୦ ଲକ୍ଷ ଭୋଗରଙ୍କ ଭୋଟର ଲିଷ୍ଟରୁ କାଟିବା ଓ କେନ୍ଦୁଝର ଜ଼ିଲ୍ଲାର ୬୪ ହଜାର ଭୋଟର ଲିଷ୍ଟରୁ ବାଦ ପଡିବା ଏକ ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହିତ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇଂଗିତରେ ଏଭଳି ଏକ ଗଣତନ୍ତ୍ରକୁ ହତ୍ୟାକରୀ ପ୍ରମାଣ ହୋଇ ଯିବା ପରେ ତୁରନ୍ତ ତାଙ୍କର ଇସ୍ତଫା ଦାବୀ କରିଛନ୍ତି । ଏଥି ସହିତ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟୟ କରିଥିବା ଅପରାଧରେ ତାଙ୍କ ଇସ୍ତପା ଦାବୀ କରାଯାଇଛି ସେହିପରି ଟଚଓ ରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡ୍ରୋନଲ ଟ୍ରମ୍ପଙ୍କ ଭୟରେ ୪% ଟିକସ ଭାରତ ବର୍ଷରେ ୧୪୦ କୋଟି ଲୋକଙ୍କ ଉପରେ ଟିକସ୍ ପ୍ରତ୍ୟାହକ୍ଷର କରିବାପାଇଁ ମଧ୍ୟ ଏ ପ୍ରତିବାଦ ଯାତ୍ରା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଦେଶଦ୍ରୋହୀ ଜ୍ଞାନେଶ କୁମାରଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ପିସିସି ସମ୍ପାଦକ ଐତିହ ଦିବ୍ୟ ସିଂହ, ଜ଼ିଲ୍ଲା କଂଗ୍ରେସ ଉପସଭାପତି ଲଳିତ ମୋହନ ନାୟକ, ଚିତରଞ୍ଜନ ପାତ୍ର, ପୂର୍ବତନ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସୁଢଳ କୁମାର ସେଠି, ବ୍ଲକ ସଭାପତି ରମେଶ ଚନ୍ଦ୍ର ବାରିକ, ଲୋକନାଥ ଟୁଡୁ, ସୁବ୍ରତ ନାୟକ, ରାମଚନ୍ଦ୍ର ମହାରଣା, ହାଡିବନ୍ଧୁ ଖୁଂଟିଆ, ସୁବ୍ରତ ପ୍ରଧାନ, ପ୍ରଦୀପ ପ୍ରଧାନ, କଂଗ୍ରେସ ନେତା ରତ୍ନାକର ଜେନା, ଦୀନେଶ ରାଉତ, ସବିତା ସାହୁ, ସୋନାଲି ମାର୍ଣ୍ଡି,ନିର୍ମଳ ନାଏକ, ସୁରେନ୍ଦ୍ର ପଟ୍ଟନାୟକ,ରଶ୍ମିରଞ୍ଜନ ଜେନା, ରସାନନ୍ଦ ପାତ୍ର, ରଞ୍ଜିତ ଜେନା,ପୂର୍ଣ୍ଣଚନ୍ଦ୍ର ଦାସ ଖିରୋଦ ପାତ୍ର ଯୁବ କଂଗ୍ରେସ ନେତା ଜଗବୀର ଦିଶା, ସୌମ୍ୟରଞ୍ଜନ ରାଉତ, ସନତ ପାଢ଼ୀ,ମାନସ ବେହେରା, ଅମିତ କୁମାର ରାଉତ, ସଂଗ୍ରାମ ବେହେରା, ବେଦବ୍ୟାସ ବେହେରା, ଦୀପକ ମୁଖୀ, ଛାତ୍ର କଂଗ୍ରେସ ନେତା ସୌମ୍ୟସଚିନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA