ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ, ମିଳିଲା ନାହିଁ ଛାତ୍ର ଛାତ୍ରୀଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ
ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲାରେ ସୋମବାର ଠାରୁ ଆରମ୍ଭ ହୋଇଛି ଅର୍ଦ୍ଧବାର୍ଷିକ ପରୀକ୍ଷା । ଛାତ୍ର ଛାତ୍ରୀ ମାନଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯାଇନଥିବା ବେଳେ ସେମାନେ ପରୀକ୍ଷା ଦେଇଛନ୍ତି। ଯାହାକୁନେଇ ଅବିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାକାର ଛାତ୍
କୋରାପୁଟ ଜିଲାରେ ଗଢିଉଠିଛି ମଦଭାଟି, ହଜିଯାଉଛି ଭାଗବତ ଟୁଙ୍ଗୀ


ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)-

କୋରାପୁଟ ଜିଲାରେ ସୋମବାର ଠାରୁ ଆରମ୍ଭ ହୋଇଛି ଅର୍ଦ୍ଧବାର୍ଷିକ ପରୀକ୍ଷା । ଛାତ୍ର ଛାତ୍ରୀ ମାନଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯାଇନଥିବା ବେଳେ ସେମାନେ ପରୀକ୍ଷା ଦେଇଛନ୍ତି। ଯାହାକୁନେଇ ଅବିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାକାର ଛାତ୍ର ଛାତ୍ରୀମାନେ ଭୁଲ ପାଠ୍ୟପୁସ୍ତକରେ କିପରି ପାଠ ପଢି ପରୀକ୍ଷା ଦେଉଥିବେ ତାହା ସହଜେ ଅନୁମେୟ । ପୁଣି ଦଶହରା ପୂଜା ଛୁଟି ମଧ୍ୟ ହେବ । ହେଲେ ଏଯାବତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିଲାନି ସଂଶୋଧିତ ପାଠ୍ୟପୁସ୍ତକ ।

। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିପାରିଲେ ନାହିଁ । ସରକାର ତଦନ୍ତ କଲେ ନିଲମ୍ବନ କଲେ ସବୁ କାର୍ଯ୍ୟ।ନୁଷ୍ଠାନ ନେଲେ ଠିକ କଥା କିନ୍ତୁ ଛାତ୍ର ଛାତ୍ରୀ ମାନେ ସଂଶୋଧିତ ପୁସ୍ତକ ପାଇଲେ ନାହିଁ । କେତେ ବାଟ ସଂଶୋଧନ ପ୍ରକ୍ରିୟା ଆଗେଇଲା । ପାଠ୍ୟପୁସ୍ତକ କେବେ ମିଳିବ । ଏସବୁର ଉତ୍ତର କାହାରି ପାଖରେ ନାହିଁ । ସଂଶୋଧିତ ବହି ତ ଅଲଗା କଥା, ଏମିତିକି ଅନେକ ପିଲାଙ୍କ ପାଖରେ ସଂପୂର୍ଣ୍ଣ ବହି ପହଞ୍ଚିନଥିବାର ଅଭିଯୋଗ ମଧ୍ୟ ଆସିଛି । ଏପଟେ ଅଭିଭାବକ କହିଲେଣି ଯେ, ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବିଭାଗ । ଶିକ୍ଷକମାନେ ମଧ୍ୟ ଚିନ୍ତାରେ ସଂଶୋଧିତ ବହି କେବେ ମିଳିବ ।

ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷରୁ ପ୍ରାଥମିକ ଶିକ୍ଷା ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି ପରିବର୍ତ୍ତନ କରାଯାଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଓଡ଼ିଶା କରିକୁଲମ ଫ୍ରେମ୍ୱାର୍କ ସ୍କୁଲ ଶିକ୍ଷା ୨୦୨୫ ଆଧାରରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଗଲା । ପ୍ରଥମତଃ ଶିକ୍ଷାବର୍ଷ ଆରମ୍ଭରୁ ବହି ବଣ୍ଟନ ହେବା କଥା ତାହା ହୋଇପାରିଲା ନାହିଁ । ଖରା ଛୁଟି ସରିଗଲା ପଛେ ପିଲାଙ୍କ ପାଖେ ବହି ପହଞ୍ଚି ପାରିଲା ନାହିଁ । ପ୍ରଥମ ଥର ନୂତନ ପାଠ୍ୟପୁସ୍ତକ ମୁଦ୍ରଣ ହୋଇଥିବାରୁ ସାମାନ୍ୟ ବିଳମ୍ବ ହେଉଛି ବୋଲି ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ଯେତିକି ବହି ବଣ୍ଟନ କରାଗଲା ସେହି ନୂଆ ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟିକୁ ଧରିଲେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ । ଏହାକୁ ଖୋଦ୍ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ତଥା ଏସ୍ସିଇଆରଟି ମଧ୍ୟ ସ୍ୱୀକାର କଲା । ନିଜେ ୧୬୭୮ଟି ଭୁଲ୍ ଥିବା ଏକ ତାଲିକା ମଧ୍ୟ ଜାରି କରି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା କୁ ପ୍ରଦାନ କରି ଭୁଲ୍ ସଂଶୋଧିତ କରି ପଢ଼ାଇବାକୁ କୁହାଯାଇଥିଲା। ଏହାପରେ ଖୋଳୁ ଖୋଳୁ ସାଂଘାତିକ ଭୁଲ୍ ଦେଖିବାକୁ ମିଳିଥଲା । ଏହି ତ୍ରୁଟିକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇ ତଦନ୍ତ କମିଟି ଗଠନ କରି ଏହାର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ । ତଦନ୍ତ କମିଟିର ରିପୋର୍ଟ ଆଧାରରେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଗଲା । ଏଥିସହ ଆଉ ୬ ଜଣଙ୍କ ବିରୋଧରେ

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା । ଏପରିକି ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଲେ, କ୍ରାଇମବ୍ରାଞ୍ଚ ଖୋଳତାଡ କରିବା ସହ ପୂର୍ବ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କଲା । ମୁଖ୍ୟମନ୍ତ୍ରୀ, ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟିର ୧୪ଟି ସୁପାରିଶ କାର୍ଯ୍ୟକାରୀ କରାଯିବ ବୋଲି ନିର୍ଦ୍ଦେଶ ଦେଲେ । ଏହି ଅନୁଯାୟୀ, ୭ଦିନ ମଧ୍ୟରେ ମୁଖ୍ୟ ତ୍ରୁଟି ସଂଶୋଧିତ ପୁସ୍ତିକା ପ୍ରକାଶ

କରାଯିବ । ପାଠ୍ୟପୁସ୍ତକରେ ଥିବା ସାଘାଂତିକ ଭୁଲ୍ ଥିବା ପୃଷ୍ଠାକୁ ବଦଳାଇ ସେଠାରେ ନୂଆ ପୃଷ୍ଠା ପ୍ରିଣ୍ଟିଂ କରି ଯୋଗାଇ ଦିଆଯିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୃଷ୍ଠା ଯୋଗାଇ ଦିଆଯିବ । ସଂଶୋଧିତ ପିଡିଏଫକୁ ଅଫିସିଆଲ୍ ଶିକ୍ଷଣ ସଂସ୍କରଣ ଭାବେ ଘୋଷଣା କରାଯିବ । ଏକ ସାର୍ବଜନୀନ ତ୍ରୁଟି ସଂଶୋଧନ ପୋର୍ଟାଲ ଖୋଲାଯିବ । ଏଥିସହ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆରଟି ରେ ଟେଷ୍ଟ ବୁକ୍ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ପ୍ରତିଷ୍ଠା କରାଯିବ । ଏହାକୁ ମଧ୍ୟ ବିଭାଗ ସ୍ୱୀକାର କରି ସାମ୍ବାଦିକ ସମ୍ମିଳନୀରେ ପିଲାଙ୍କୁ ଖୁବ୍ଶୀଘ୍ର ସଂଶୋଧିତ ପୁସ୍ତକ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲା । ହେଲେ ଏଯାବତ୍ ଏସବୁର କିଛି ଦେଖା ଦର୍ଶନ ନାହିଁ ।

ଅନ୍ୟପଟେ ବିଭାଗର ଏକାଡେମିକ୍ କ୍ୟାଲେଣ୍ଡର କହୁଛି, ଆସନ୍ତା ଅକ୍ଟୋବର ୧୭ରୁ ୨୬ ତାରିଖ ଯାଏ ଦଶହରା ଛୁଟି ରହିବ । ଏଠି ପ୍ରଶ୍ନ ଉଠୁଛି ଭୁଲ୍ ବହି ପଢ଼ି ପିଲା

ପରୀକ୍ଷା ଦେବେ କିପରି । ଏମିତିକି ଅନେକ ସ୍କୁଲର ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ବହି ମଧ୍ୟ ପାଇନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଲାଗୁଛି ଯେପରି ଭୁଲ୍ ବହିରେ ହିଁ ଏହି ଶିକ୍ଷାବର୍ଷ ବିତିଯିବ ବୋଲି ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟ ସରକାର କ'ଣ ବିକଳ୍ପ ବ୍ୟବସ୍ଥା କରିଛନ୍ତି ତାହା ସୃଷ୍ଟ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ସଂଶୋଧିତ ପାଠ୍ୟପୁସ୍ତକ ନମିଳିବାରୁ ଛାତ୍ର ଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande