କେବଳ ଓଡ଼ିଶା ଏକ ସୁନ୍ଦର ଓ ବିକଶିତ ଓଡ଼ିଶା ପାଇଁ ବୌଦ୍ଧିକ ଚର୍ଚ୍ଚା”, କାର୍ଯ୍ୟକ୍ରମରେ ବିଧାୟକଙ୍କ ଯୋଗଦାନ
ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- ଗର୍ବିତ ଓଡ଼ିଆଙ୍କ ଦ୍ୱାରା ଆୟୋଜିତ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ “କେବଳ ଓଡ଼ିଶା ଏକ ସୁନ୍ଦର ଓ ବିକଶିତ ଓଡ଼ିଶା ପାଇଁ ବୌଦ୍ଧିକ ଚର୍ଚ୍ଚା” ଶୀର୍ଷକ ଏକ ସାରଗର୍ଭିତ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦ
କେବଳ ଓଡ଼ିଶା  ଏକ ସୁନ୍ଦର ଓ ବିକଶିତ ଓଡ଼ିଶା ପାଇଁ ବୌଦ୍ଧିକ ଚର୍ଚ୍ଚା” କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକଙ୍କ ଯୋଗଦାନ


ଜୟପୁର, ୨୮ ସେପ୍ଟେମ୍ବର (ହି.ସ.)- ଗର୍ବିତ ଓଡ଼ିଆଙ୍କ ଦ୍ୱାରା ଆୟୋଜିତ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ “କେବଳ ଓଡ଼ିଶା ଏକ ସୁନ୍ଦର ଓ ବିକଶିତ ଓଡ଼ିଶା ପାଇଁ ବୌଦ୍ଧିକ ଚର୍ଚ୍ଚା” ଶୀର୍ଷକ ଏକ ସାରଗର୍ଭିତ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୌଦ୍ଧିକ ଆଲୋଚନାଚକ୍ରରେ ଜୟପୁରର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ଓଡ଼ିଶାର ସାମଗ୍ରିକ ବିକାଶ, ଭବିଷ୍ୟତର ସମ୍ଭାବନା, ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକ ସୁନ୍ଦର, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ନେଇ ନିଜର ମତାମତ ଓ ଅଭିଭାଷଣ ରଖିଥିଲେ।ଶ୍ରୀ ବାହିନୀପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶାର ବିକାଶ କେବଳ ଭିତ୍ତିଭୂମି ନିର୍ମାଣରେ ସୀମିତ ନ ରହି, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଓଡ଼ିଆ ଅସ୍ମିତାକୁ ସାଥୀ କରି ସମାଜର ପ୍ରତ୍ୟେକ ବର୍ଗର ସମାନ ଅଧିକାର ଓ ସୁଯୋଗ ସୁନିଶ୍ଚିତ କରି ଆଗକୁ ବଢ଼ିବା ଆବଶ୍ୟକ। ଏହିପରି ବୌଦ୍ଧିକ ଚର୍ଚ୍ଚା ମାଧ୍ୟମରେ ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ନେଇ ସାରଗର୍ଭିତ ଆଲୋଚନା ସହିତ ଏକ ନୂତନ ଓଡ଼ିଶା ଗଠନ ପାଇଁ ସାମୂହିକ ଚିନ୍ତନ ଓ ଦିଗ୍ଦର୍ଶନର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande