
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)- ଭାରତ ରତ୍ନ ଡ.
ଏମ୍. ଏସ୍. ସ୍ୱାମୀନାଥନଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଓ
ଅନ୍ୟମାନେ ।
ଏନେଇ ସୋସିବଲ ମିଡିଆ
ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତ ରତ୍ନ ଡ. ଏମ୍. ଏସ୍.
ସ୍ୱାମୀନାଥନଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରୁଛି। ସେ ଜଣେ ଦୂରଦର୍ଶୀ ବୈଜ୍ଞାନିକ ଥିଲେ, ଯାହାଙ୍କର
ଭାରତର ସବୁଜ ବିପ୍ଳବରେ ଅଗ୍ରଣୀ ଭୂମିକା ଦେଶର କୃଷି କ୍ଷେତ୍ରର ଚିତ୍ରକୁ ପରିବର୍ତ୍ତନ
କରିଥିଲା। ଖାଦ୍ୟ ସୁରକ୍ଷା ଏବଂ କୃଷି କ୍ଷେତ୍ରର ପ୍ରଗତି ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ
ଆତ୍ମନିର୍ଭରତା ଦିଗରେ ଭାରତର ଯାତ୍ରାର ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ଭାରତର ସବୁଜ କ୍ରାନ୍ତିର ଜନକ, ବିଶିଷ୍ଟ କୃଷି ବିଜ୍ଞାନୀ, ଭାରତ ରତ୍ନ ଏମ୍. ଏସ୍. ସ୍ୱାମୀନାଥନଙ୍କ ପୁଣ୍ୟତିଥିରେ
ଶ୍ରଦ୍ଧାଞ୍ଜଳି। ଭାରତକୁ ଖାଦ୍ୟ ଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏବଂ କୋଟି କୋଟି
କୃଷକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ତାଙ୍କର ଅତୁଳନୀୟ ଅବଦାନ ସଦା ସର୍ବଦା ସ୍ମରଣୀୟ।
ଏମଏସଏମଇ ମନ୍ତ୍ରୀ
ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଭାରତୀୟ କୃଷି କ୍ଷେତ୍ରରେ ନୂତନ ଯୁଗର ସୂତ୍ରପାତ
କରିଥିବା ମହାନ କୃଷି ବୈଜ୍ଞାନିକ ତଥା ଭାରତୀୟ ସବୁଜ ବିପ୍ଳବର ଜନକ, ଭାରତ ରତ୍ନ ଡ଼ଃ ଏମ୍. ଏସ୍. ସ୍ୱାମୀନାଥନଙ୍କ ପୁଣ୍ୟତିଥିରେ
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦେଶକୁ ଖାଦ୍ୟ ସୁରକ୍ଷା ଓ ଆତ୍ମନିର୍ଭରଶୀଳ କରିବାରେ ତାଙ୍କର ଅବଦାନ
ସର୍ବଦା ଅବିସ୍ମରଣୀୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା