
କନ୍ଧମାଳ , ୨୮ ସେପ୍ଟେମ୍ବର (ହି.ସ.) ନିର୍ବାଚନ କମିଶନର, ଜ୍ଞାନେଶ୍ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ଓ ଭୋଟର ତାଲିକା ସଂଶୋଧନକୁ ନେଇ କଂଗ୍ରେସ ପକ୍ଷରୁ ଉଠାଯାଇଥିବା ପ୍ରଶ୍ନକୁ ନେଇ ଏହି ପ୍ରତିବାଦ ଆୟୋଜିତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏହି ଅବସରରେ କଂଗ୍ରେସର ନେତା ଓ କର୍ମୀମାନେ ଏକତ୍ରିତ ହୋଇ ନିର୍ବାଚନ କମିଶନ ବିରୋଧରେ ନାରାବାଜି କରିବା ସହ ଗ୍ୟାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। କିନ୍ତୁ ଦୁଃଖର ବିଷୟ ବର୍ତମାନ କନ୍ଧମାଳରେ କଂଗ୍ରେସର ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି । ଯେବେଠୁ କଂଗ୍ରେସର ଆଗ ଧାଡିର ନେତା ଓ କର୍ମୀ ମାନଙ୍କୁ ବିନା କାରଣରେ ନିଲମ୍ବନ କରା ହୋଇଛି ସେବେଠୁ କଂଗ୍ରେସର ପତନ ହେବାରେ ଲାଗିଛି । ଜୁ ଜାଗାରେ ଶହ ଶହ କଂଗ୍ରେସର ନେତା ଓ କର୍ମୀ ଆସୁଥିଲେ ଏବେ ସେ ଜାଗାରେ ବଡ଼ କଷ୍ଟରେ ହାତ ଗଣତି କିଛି ଲୋକ ଦେଖିବାକୁ ମିଳୁଛି ବୋଲି କହୁଛନ୍ତି ଜିଲ୍ଲା ବାସି । ଆଗକୁ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନ ଅଛି ଯଦି କଂଗ୍ରେସର ଏପରି ପରିସ୍ଥିତି ହୁଏ ଦଳକୁ ବହୁତ କ୍ଷତି ସହିବାକୁ ପଡିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଲା ସଭାପତି ପରିବର୍ତନ ହେଲେ ଜିଲ୍ଲାରେ କଂଗ୍ରେସ ଅଭିମୁଖ୍ୟ ଆଗକୁ ବଢିପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଭୋଟରଙ୍କ ଅଧିକାର ସୁରକ୍ଷା ନିଶ୍ଚିତ କରିବାକୁ କଂଗ୍ରେସ ନେତାମାନେ ଦାବି ରଖିଥିଲେ।
ସୂଚନାଯୋଗ୍ୟ, ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (ଏସ୍ଆଇଆର)କୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି।
କନ୍ଧମାଳରେ ହୋଇଥିବା ଏହି ପ୍ରତିବାଦ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ଓ ସ୍ୱଚ୍ଛତା ବଜାୟ ରଖିବା ନେଇ କଂଗ୍ରେସ ପକ୍ଷରୁ ଦାବି ଉଠାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ