
ଭଦ୍ରକ, ୨୮ ସେପ୍ଟେମ୍ବର (ହି.ସ.) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗାଁସାଥୀ ମେଟ ମଜଦୂର ସଂଘ ପକ୍ଷରୁ ସୋମବାର ବିଡ଼ିଓ ନିରଞ୍ଜନ ବାରିକଙ୍କୁ ୬ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ବେଆଇନ ଭାବେ ଚୟନ କରାଯାଇଥିବା ଗ୍ରାମ ସାଥୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବରଖାସ୍ତ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଭାରତୀୟ ମଜଦୁର ସଂଘ ଅଧୀନରେ ତିହିଡି଼ରେ ନୂତନ ଭାବେ ଗଠିତ ବ୍ଲକ ସଂଘର କର୍ମକର୍ତାମାନେ ବିଡ଼ିଓ ବାରିକଙ୍କୁ ଭେଟି ବେଆଇନ ନିଯୁକ୍ତିରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଛନ୍ତି । ଏଥିସହିତ ପୂର୍ବରୁ ହୋଇସାରିଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସମସ୍ତ ସେମି ସ୍କିଲ ବକେୟା ଅର୍ଥ ପ୍ରଦାନ, ୨୦୦୮ରେ ନିୟମାନୁଯାୟୀ ଚୟନ ହୋଇଥିବା ଗ୍ରାମ ସାଥୀ ମେଟମାନଙ୍କୁ ଅଗ୍ରାଧିକାର ଭିତିରେ ଡାଟା ଦେୟ ପ୍ରଦାନ, ପ୍ରତ୍ୟେକ ପଂଚାୟତରେ ମିଡ଼ିଲମେନମାନଙ୍କୁ ନେଇ ଏନଏମଏମଏସ କୋଡ଼ କାଢି ଭିବିଜି ରାମଜୀରେ ଏନଏମଏମଏସ ବନ୍ଦ କରିବା ସହ ପ୍ରକୃତ ଗାଁ ସାଥୀ ମେଟଙ୍କୁ ଅଗ୍ରାଧିକାର ଭିତିରେ ନିର୍ଦ୍ଦେଶ ପ୍ରଦାନ କରାଯିବା, କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଗାଁ ସାଥୀ ମେଟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଦାବି ଅନ୍ତର୍ଭୁକ୍ତ ହୋଇଛି । ସଂଘର ରାଜ୍ୟ ଉପସଭାପତି ଅମର କୁମାର ମଲିକ, ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ଦାସ, ସମ୍ପାଦିକା ସୁଦିପ୍ତା ନାୟକ, ଉପ ସଭାନେତ୍ରୀ କଳ୍ପନା ରାଣୀ ପଣ୍ଡା, ସହ ସମ୍ପାଦକ ଲଳିତ କୁମାର ମାହୁନ୍ତ, କୋଷାଧ୍ୟକ୍ଷ ମାନସ ରଞ୍ଜନ ସାହୁଙ୍କ ସମେତ ସୁଧାକର ମହାଳିକ, ଲଷ୍ମୀପ୍ରିୟା ମହାପାତ୍ର, ମିନାକ୍ଷୀ ଦାସ, କଳ୍ପନା ପଣ୍ଡା, ମଞ୍ଜୁଲତା ପଶୁପାଳକ, ଜ୍ୟୋତିରଞ୍ଜନ ପଣ୍ଡା, ସୁଜାତା ପତି, ମାମିନା ଦାସ ପ୍ରମୁଖଙ୍କ ସମେତ ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ