


ବଲାଙ୍ଗିର, 28 ସେପ୍ଟେମ୍ବର (ହି.ସ.)ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ଆଗଲପୁର(ଡୁଡ଼ୁକା)ପଞ୍ଚାୟତ ସମିତି ବୈଠକ ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସାଧାରଣ ଲୋକମାନେ ନିଜ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ସିଧାସଳଖ ଭାବରେ ଜିଲ୍ଲା ପ୍ରଶାସନଙ୍କ ନଜରକୁ ଆଣିଥିଲେ । ଏଥିରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ଶୁଣିଥିଲେ।
ଆଜିର ଶିବିରରେ ମୋଟ ୪୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ୩୫ଟି ବ୍ୟକ୍ତିଗତ ଏବଂ ୧୪ଟି ସାମୂହିକ ଅଭିଯୋଗ ଥିଲା। ତଦ୍ମଧ୍ୟରୁ ୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅବଶିଷ୍ଟ ଅଭିଯୋଗ ଗୁଡିକର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ ସିଂ ବରିହା ଓ ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଲଦୀପ ମହାନ୍ତିଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ