ଝାରଖଣ୍ଡ କରମ ମହୋତ୍ସବ ରେ କୁଡୁମି ସେନା ମହିଳା ନୃତ୍ୟ ଦଳ ପୁରସ୍କୃତ
କେନ୍ଦୁଝର, 28 ସେପ୍ଟେମ୍ବର (ହି.ସ.) ଓଡିଶା ର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପାନ୍ତ ଅନ୍ତର୍ଗତ ପଡୋଶୀ ଝାରଖଣ୍ଡ ରାଜ୍ୟ ଜାମସେଦପୁର ର ଆଦିତ୍ୟନଗର ଠାରେ ବିଶାଳ କରମ ମହୋତ୍ସବ -୨୦୨୬ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମହୋତ୍ସବ ର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗା ରଙ୍
Krama


କେନ୍ଦୁଝର, 28 ସେପ୍ଟେମ୍ବର (ହି.ସ.) ଓଡିଶା ର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପାନ୍ତ ଅନ୍ତର୍ଗତ ପଡୋଶୀ ଝାରଖଣ୍ଡ ରାଜ୍ୟ ଜାମସେଦପୁର ର ଆଦିତ୍ୟନଗର ଠାରେ ବିଶାଳ କରମ

ମହୋତ୍ସବ -୨୦୨୬ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମହୋତ୍ସବ ର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗା ରଙ୍ଗ ଝୁମର ନୃତ୍ୟ ସଂଗୀତ ପ୍ରତିଯୋଗିତା ହୋଇଥିଲା l ଝୁମର ନୃତ୍ୟ ସଂଗୀତରେ ଓଡିଶା କୁଡୁମି ସେନା ର ମହିଳା ନୃତ୍ୟ ଦଳ ଅଂଶଗ୍ରହଣ କରି ଚମତ୍କାର ନୃତ୍ୟ ସଂଗୀତ ପ୍ରଦର୍ଶନ କରି ପ୍ରଶଂସିତ ହୋଇ ପ୍ରଥମ ପୁରସ୍କାର ପ୍ରାପ୍ତ କରିଛନ୍ତି l ମହିଳା ନୃତ୍ୟ ଦଳରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳଗୋଡ଼ା ଗ୍ରାମ ର ପୂର୍ବତନ ସମିତି ସଭ୍ୟା ଶ୍ରୀମତୀ ଦିପାଳୀ ମହାନ୍ତ,ମୟୁରଭଞ୍ଜ ରାଇରଙ୍ଗପୁର ରୁ ସୋନାଲି ମହାନ୍ତ, ସୁଜାତା ମହାନ୍ତ, ଗୌରୀ ମହାନ୍ତ, ଅଞ୍ଜନା ମହାନ୍ତ, ସୌଭାଗ୍ୟ ମହାନ୍ତ, ପ୍ରେମଲତା ମହାନ୍ତ, କଳ୍ପନା ମହାନ୍ତ, ଲିପି ମହାନ୍ତ, ସରସ୍ବତୀ ମହାନ୍ତ, ଲିପିତା ମହାନ୍ତ, ସେବତୀ ମହାନ୍ତ, ଜ୍ୟୋସ୍ନା ମହାନ୍ତ, ବିମଳା ମହାନ୍ତ ପ୍ରମୁଖ ମହିଳା ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ l କରମ ମହୋତ୍ସବ ରେ ଅତିଥି ଭାବେ ଝାରଖଣ୍ଡ ରାଜ୍ୟ ମନ୍ତୀ, ଜାମସେଦପୁର ସାଂସଦ, ବିଧାୟକଙ୍କ ସହିତ ବୀର ସହିଦ ସୁନୀଲ ମାହାତୋ ଙ୍କ ଧର୍ମପତ୍ନୀ ସୁମନ ମାହାତୋ, ଝାରଖଣ୍ଡ କୁଡୁମି ସେନା ର ସଭାପତି ଲାଲୁଟୁ ମାହାତୋ, କୁଡୁମି ସେନା, ଓଡିଶା ର ଅଧ୍ୟକ୍ଷ ଜୟମୁନି ମହାନ୍ତ ପ୍ରମୁଖ ଯୋଗଦେଇ ବିଜେତା ଓଡିଶା କୁଡୁମି ମହିଳା ନୃତ୍ୟ ଦଳକୁ ନଗଦ ୨୫ ହଜାର ଟଙ୍କାର ଚେକ ଅର୍ଥ ରାଶି ସହିତ ଉତ୍ତରୀୟ ଉପଢୌକନ ଦେଇ ପୁରସ୍କୃତ କରି ସମ୍ମାନିତ କରିଥିଲେ l

କାର୍ଯ୍ୟକ୍ରମକୁ ଝାରଖଣ୍ଡ କୁଡୁମି ସେନା ର କରମ ମହୋତ୍ସବ କମିଟି ର ସଦସ୍ୟ, ସଦସ୍ୟାମାନଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande