କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର
ପଟ୍ଟାମୁଣ୍ଡାଇ , 28 ସେପ୍ଟେମ୍ବର (ହି.ସ.)ଜଙ୍ଗଲ ଭିତରେ ମାଡି ବସିଲା କୁମ୍ଭୀର ଜୀବନ ବଞ୍ଚାଇଲେ ବନ କର୍ମଚାରୀ | କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲ ମଧ୍ୟରେ ବାଙ୍କୁଆଳ ଗାଁ ର ମଦନ ବେହେରା କଙ୍କଡା ଧରୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଛି | ମଦନ ପାଟି କରିବାରୁ ସେହି ରାସ୍ତା ଦେଇ
Kumbhir akraman jane gurutar


ପଟ୍ଟାମୁଣ୍ଡାଇ , 28 ସେପ୍ଟେମ୍ବର (ହି.ସ.)ଜଙ୍ଗଲ ଭିତରେ ମାଡି ବସିଲା କୁମ୍ଭୀର ଜୀବନ ବଞ୍ଚାଇଲେ ବନ କର୍ମଚାରୀ | କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲ ମଧ୍ୟରେ ବାଙ୍କୁଆଳ ଗାଁ ର ମଦନ ବେହେରା କଙ୍କଡା ଧରୁଥିବା ବେଳେ କୁମ୍ଭୀର ଆକ୍ରମଣ କରିଛି | ମଦନ ପାଟି କରିବାରୁ ସେହି ରାସ୍ତା ଦେଇ ବନ କର୍ମଚାରୀ ଯାଉଥିବା ବେଳେ ଜାଣିବା ପାଇଁ ପାଇଥିଲେ | ଫଳରେ ୧୦ ରୁ ଉର୍ଦ୍ଧ ବନ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ପାଣି ରେ ବାଉଁଶ ବାଡେଇ କୁମ୍ଭୀର କୁ ଘଉଡ଼ାଇ ମଦନ ଙ୍କୁ ଉଦ୍ଧାର କରିଛନ୍ତି | କୁମ୍ଭୀର ଆକ୍ରମଣ ରେ ମଦନ ଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ ଭାଙ୍ଗି ଯାଇଛି | ତାଙ୍କୁ ଗୁରୁତର ଭାବେ ରାଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି | ଗୁରୁତର ମଦନ ବେହେରା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande