ମଧ୍ୟପ୍ରଦେଶ: ଉଜ୍ଜୈନରେ ଶାହି-ମସଜିଦର କିଛି ଅଂଶ ହଟାଇବାକୁ ନେଇ ଗଣ୍ଡଗୋଳ ବିରୋଧ ପ୍ରଦର୍ଶନ ମଧ୍ୟରେ ପଥର ମାଡ
ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ, ମହିଳା ଟିଆଇ ଆହତ ଉଜ୍ଜୈନ, ସେପ୍ଟେମ୍ବର 28 (ହି.ସ)। ମଧ୍ୟପ୍ରଦେଶର ଉଜ୍ଜୈନରେ ସିଂହସ୍ଥ-୨୦୨୮ ପାଇଁ ପ୍ରସ୍ତାବିତ ରାସ୍ତା ପ୍ରଶସ୍ତୀକରଣ ଯୋଜନା ଅନ୍ତର୍ଗତ ଆସୁଥିବା ୬୩୬ ବର୍ଷ ପୁରୁଣା ଶାହୀ ମସଜିଦକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଥିବାରୁ ମୁସଲିମ ସମାଜ ଏ
उज्जैन में शाही-मस्जिद हटाने को लेकर बवाल


उज्जैन की शाही मस्जिद


ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ, ମହିଳା ଟିଆଇ ଆହତ

ଉଜ୍ଜୈନ, ସେପ୍ଟେମ୍ବର 28 (ହି.ସ)। ମଧ୍ୟପ୍ରଦେଶର ଉଜ୍ଜୈନରେ ସିଂହସ୍ଥ-୨୦୨୮ ପାଇଁ ପ୍ରସ୍ତାବିତ ରାସ୍ତା ପ୍ରଶସ୍ତୀକରଣ ଯୋଜନା ଅନ୍ତର୍ଗତ ଆସୁଥିବା ୬୩୬ ବର୍ଷ ପୁରୁଣା ଶାହୀ ମସଜିଦକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଥିବାରୁ ମୁସଲିମ ସମାଜ ଏହାକୁ ବିରୋଧ କରୁଛି। ସୋମବାର ମସଜିଦର ଏକ ଅଂଶ ହଟାଇବାକୁ ନେଇ ମୁସଲିମ ସମାଜର ଲୋକମାନେ ଜୋରଦାର ହୋହଲ୍ଲା କରିଥିଲେ। ଏହି ସମୟରେ ପଥରମାଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ସେଲ୍ ନିକ୍ଷେପ କରିଥିଲା। ଏହା ସତ୍ତ୍ୱେ କିଛି ସମୟ ପର୍ଯ୍ୟନ୍ତ ପଥରମାଡ଼ ଜାରି ରହିଥିଲା। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ ବଳ ମୁତୟନ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖାଯାଇଛି।

ବିରୋଧ ପ୍ରଦର୍ଶନ ସମୟରେ ଡ୍ୟୁଟିରେ ମୁତୟନ ଥିବା କ୍ରାଇମ୍ ବ୍ରାଞ୍ଚର ଟିଆଇ ପୁଷ୍ପା ପାଞ୍ଚାଲଙ୍କ ହାତରେ ଆଘାତ ଲାଗିଛି। ପୁଲିସର ସୂଚନା ଅନୁଯାୟୀ, ବିରୋଧ ପ୍ରଦର୍ଶନ ସମୟରେ କିଛି ମହିଳା ଆଗକୁ ବଢ଼ୁଥିଲେ। ମହିଳା ପୁଲିସ ବଳକୁ ସୁରକ୍ଷା ଦେବା ଏବଂ ମହିଳାମାନଙ୍କୁ ସୁରକ୍ଷିତ ଭାବେ ସେଠାରୁ ହଟାଇବା ସମୟରେ ପୁଲିସ କର୍ମଚାରୀମାନେ ଚାଦର ଆଢ଼ୁଆଳରେ ଥିବା ମହିଳାମାନଙ୍କ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ଚାଦରର କୋଣ ଲାଗି ଟିଆଇ ପୁଷ୍ପା ପାଞ୍ଚାଲଙ୍କ ହାତ କଟିଯାଇଥିଲା। ଆଘାତ ଲାଗିବା ପରେ ତାଙ୍କ ହାତରେ ବ୍ୟାଣ୍ଡେଜ୍ ବନ୍ଧାଯାଇଥିଲା। ପୁଲିସ ଅନୁଯାୟୀ, କୌଣସି ମହିଳା ଆହତ ହୋଇନାହାନ୍ତି ଏବଂ ସମସ୍ତ ମହିଳା ସୁରକ୍ଷିତ ଅଛନ୍ତି।

ସୂଚନା ଅନୁଯାୟୀ, ସୋମବାର ସକାଳେ ଶାହୀ ମସଜିଦକୁ ହଟାଇବା ବିରୋଧରେ ଟାଙ୍କି ଛକରେ ମୁସଲିମ ସମାଜର ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। କିଛି ଲୋକ ମସଜିଦ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯେଉଁମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ସାମିଲ ଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ସମଗ୍ର ଅଞ୍ଚଳରେ ଅତିରିକ୍ତ ବଳ ମୁତୟନ କରିଛି। ମସଜିଦ ଆଖପାଖ ଏବଂ ଯାତାୟାତ ରାସ୍ତାଗୁଡ଼ିକରେ ବ୍ୟାରିକେଡ୍ ଲଗାଯାଇ ଲୋକଙ୍କ ଯାତାୟାତକୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande