ଲଗାଣ ବର୍ଷାରେ ବେହାଲ ମାରିଗାଟା-ଦୁଲାଗାଣ୍ଡି ରାସ୍ତା, ୯ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଯାତାୟାତରେ ନାହିଁ ନଥିବା ଦୁର୍ଦଶା
ମାଲକାନଗିରି , ୨୮ ସେପ୍ଟେମ୍ବର (ହି.ସ.) କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଘାଟି ରାସ୍ତା ବେହାଲ ହୋଇପଡ଼ିଛି । ମାରିଗାଟା ଠାରୁ ଟେକଗୁଡା କଲୋନୀ ଦେଇ ଦୁଲାଗାଣ୍ଡିକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଧସିଯିବା ସହ ବଡ଼ ବଡ଼
ଲଗାଣ ବର୍ଷାରେ ବେହାଲ ମାରିଗାଟା-ଦୁଲାଗାଣ୍ଡି ରାସ୍ତା, ୯ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଯାତାୟାତରେ ନାହିଁ ନଥିବା


ମାଲକାନଗିରି , ୨୮ ସେପ୍ଟେମ୍ବର (ହି.ସ.) କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଘାଟି ରାସ୍ତା ବେହାଲ ହୋଇପଡ଼ିଛି । ମାରିଗାଟା ଠାରୁ ଟେକଗୁଡା କଲୋନୀ ଦେଇ ଦୁଲାଗାଣ୍ଡିକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଧସିଯିବା ସହ ବଡ଼ ବଡ଼ ଗଛ ଉପୁଡି ପଡ଼ି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା ଉପରେ ଅଞ୍ଚଳର ୯ରୁ ଅଧିକ ଗାଁ ନିର୍ଭର କରୁଛି । ଟେକଗୁଡା କଲୋନୀ ଠାରୁ ଦୁଲାଗାଣ୍ଡି, ଏଲକାନୂର, ସିଲକାନ୍ମମାମୁଡ଼ି, ଆରାବାଟି, ସାଦ୍ରେ, ଘାଟିଗୁଡ଼ା, ସାରିଗେଟା, ଚିନ୍ତାଗୁନାଲ, କୁର୍ମାନୂର ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ରାସ୍ତା ଧସିଯିବାରୁ ବାଇକ୍, ଅଟୋ ଚାଲିପାରୁନାହିଁ, ଲୋକେ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଛାତ୍ରଛାତ୍ରୀ ସ୍କୁଲ ଯିବାରେ, ରୋଗୀ ହସ୍ପିଟାଲ ଯିବାରେ ଏବଂ ଚାଷୀମାନେ ବଜାରକୁ ଯିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ରାସ୍ତା ମରାମତି ଓ ପଡିଥିବା ଗଛ ହଟାଇ ଯାତାୟାତ ସୁଗମ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande