
ବଲାଙ୍ଗିର, 28 ସେପ୍ଟେମ୍ବର (ହି.ସ.) ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଜିଲ୍ଲାର ବୁଦ୍ଧିଜିବୀ , ସମାଜସେବି, ଚାଷିନେତା, ଶ୍ରମିକ ନେତା ତଥା ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ ଙ୍କ ଉପସ୍ଥିତିରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଓଡିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ତଥା ରାଜ୍ୟ ସଭାପତି ଇଂ ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଦଳର ରାଜ୍ୟ ଉପସଭାପତି ତଥା ବିଶିଷ୍ଟ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶିକ୍ଷାବିତ୍ ତଥା ସିଭିଲ ସୋସାଇଟି ସାଧାରଣ ସମ୍ପାଦକ ମନୋରଂଜନ ସାହୁ, କଳାକାର କବି ତଥା ସିନେ ଅଭିନେତା କପିଳ ଖମାରୀ, ମହିଳା ସଭାନେତ୍ରୀ ଶୈଳବାଳା ଜେନା,ରାଜ୍ୟ ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, ଜିଲ୍ଲା ପର୍ଯ୍ୟବେକ୍ଷକ ନରେଶ ମହାନ୍ତି ଓ ଜିଲ୍ଲା ସଭାପତି ରୂପେଶ ବେହେରା ମଂଚାସିନ ଥିଲେ । ବଲାଙ୍ଗିର ରେ ବିକଳ୍ପ ରାଜନିତୀ ଓ ବିକାଶର ସମ୍ଭାବନା କୁ ନେଇ ବିସ୍ତୃତ ଭାବେ ଖୋଲା ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ମହମ୍ମଦ ମୋକିମ ନୂଆଁଖାଇ ଅବସରରେ ସମସ୍ତଙ୍କ ମଙ୍ଗଳ କାମନା କରି ଯୁବ ସମାଜ ତଥା ବିଭିନ୍ନ ସାମାଜିକ ସଂଗଠନ, ଚାଷି ତଥା ବୁଦ୍ଧିଜୀବି ଙ୍କ ଠାରୁ ବଲାଙ୍ଗିର ର ବିକାଶ ତଥା ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଆଲୋଚନା ମାଧ୍ୟମରେ ପରାମର୍ଶ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯତି ପଧାନ, ରାଜେଶ ବଗର୍ତ୍ତି, ଶଙ୍କର ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ବାବୁ, ପୂର୍ଣ୍ଣଚନ୍ଦ୍ର ଭୋଇ, ପ୍ରେମରାଜ ବାଗ, ସନ୍ଦିପ ବାଗ, ଫିରୋଜ ସାହୁ, ସତ୍ୟ ବନଛୋର, ନରେନ୍ଦ୍ରନାଥ ମମିଶ୍ର, ନିଳମଣି ଯୋଷୀ, ଅନଙ୍ଗ ଠାକୁର, ଧର୍ମବ୍ରତ ରଥ, ପୂର୍ଣ୍ଣ ରାଉତ, ହାଡୁ ସେଠ, ନିର୍ମଳ ଡାଙ୍ଗ ପ୍ରମୁଖ ଯୋଗ ଦେଇ ବିକଳ୍ପ ରାଜନୀତିର ଆବଶ୍ୟକତା କୁ ନେଇ ସହମତି ପ୍ରକାଶ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ