ହତ୍ୟା ଉଦ୍ୟମ ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ
ଗଞ୍ଜାମ, ୨୮ ସେପ୍ଟେମ୍ବର (ହି.ସ.)- ହତ୍ୟା ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ସଦର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାକେଶ ରାଉତ ଓରଫ କାଳିଆ (୩୮)। ତା''ର ଘର ନିମଖଣ୍ଡି, ଲକ୍ଷ୍ମୀନଗର ପ୍ରଥମ ଲେନ୍, ଆଙ୍କୁଲି, ବ୍ରହ୍ମପୁରରେ। ତାକୁ ଆଜି ୨୮.୦୯.୨୦୨୬
ହତ୍ୟା ଉଦ୍ୟମ ମାମଲା : ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ


ଗଞ୍ଜାମ, ୨୮ ସେପ୍ଟେମ୍ବର (ହି.ସ.)- ହତ୍ୟା ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ସଦର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାକେଶ ରାଉତ ଓରଫ କାଳିଆ (୩୮)। ତା'ର ଘର ନିମଖଣ୍ଡି, ଲକ୍ଷ୍ମୀନଗର ପ୍ରଥମ ଲେନ୍, ଆଙ୍କୁଲି, ବ୍ରହ୍ମପୁରରେ। ତାକୁ ଆଜି ୨୮.୦୯.୨୦୨୬ ଦିନ ୧୨:୧୫ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

୦୯.୦୫.୨୦୨୫ ସକାଳ ୭ଟା ୩୦ ରେ ପୂର୍ବ ଶତ୍ରୁତାରୁ ବେନ୍ଦାଳିଆ ଗାଁର ଟୁନା ଦାସଙ୍କ ପୁଅ ଅମିତଙ୍କୁ ଅଭିଯୁକ୍ତ ଲକ୍ଷ୍ମଣ ଦାସ, ଘୁଙ୍ଗୁରୁ ଦାସ ଓ ରାକେଶ ରାଉତ ଘେରିଥିଲେ। ଟୁନା ଦାସ ଅଟକାଇବାକୁ ଯିବାରୁ ଅଶ୍ଳୀଳ ଗାଳି କରି କାତି ଓ ଲୁହା ରଡରେ ହତ୍ୟା ଉଦ୍ୟମ କରିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗି ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାରେ ଘୁଙ୍ଗୁରୁ ଦାସ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନରେ ଅଛି। ଲକ୍ଷ୍ମଣ ଦାସ ୦୪.୦୯.୨୦୨୬ ରେ ଗିରଫ ହୋଇଛି। ଫେରାର ରାକେଶକୁ ଆଜି ଗିରଫ କରାଯାଇଛି, ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande