
କାଠମାଣ୍ଡୁ, ସେପ୍ଟେମ୍ବର 28 (ହି.ସ)। ନେପାଳର ବାଗ୍ଲୁଙ୍ଗ ଜିଲ୍ଲାରେ ଲଗାଣ ବର୍ଷା ପରେ ଭୂସ୍ଖଳନ ଯୋଗୁଁ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଗତ ଦୁଇ ଦିନ ଧରି ବର୍ଷା ଯୋଗୁଁ ଜିଲ୍ଲାରେ ବ୍ୟାପକ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। କେବଳ ରବିବାର ଦିନ ନଅ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ଶନିବାର ଦିନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।
ଜିଲ୍ଲା ପୋଲିସ କାର୍ଯ୍ୟାଳୟ ବାଗ୍ଲୁଙ୍ଗ ମୁଖ୍ୟ ଫଣୀନ୍ଦ୍ର ପ୍ରସେନଙ୍କ ଅନୁଯାୟୀ, ରବିବାର ଦିନ ତମାନଖୋଲା ଗ୍ରାମରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଏଥି ସହିତ, ନିସିଖୋଲା ଗ୍ରାମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା